ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିତ୍ର ବିଭୂଷଣରେ ସମ୍ମାନିତ କଲେ ଶ୍ରୀଲଙ୍କା ସରକାର

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶ୍ରୀଲଙ୍କାର ସର୍ବୋଚ୍ଚ ନାଗରିକ ସମ୍ମାନଅର୍ଥାତ୍ ମିତ୍ର ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି । ମୋଦିଙ୍କୁ ଏହି । ଦୁଇ ଦେଶ ମଧ୍ୟରେ ସଂପର୍କ ସୁଦୃଢ ପାଇଁ ଅବଦାନ ଦୃଷ୍ଟିରେ ରଖି ସମ୍ମାନିତ କରାଯାଇଛି ।


ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣରେ ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ସମ୍ପର୍କର ଗଭୀରତା ବିଷୟରେ କହିଥିଲେ । ସେ କହିଥିଲେ ଯେ ଶ୍ରୀଲଙ୍କା କେବଳ ଏକ ପଡ଼ୋଶୀ ଦେଶ ନୁହେଁ ବରଂ ଭାରତର ବିଶ୍ୱସ୍ତ ବନ୍ଧୁ ମଧ୍ୟ। ସେ କହିଥିଲେ ଯେ ଭାରତ ପ୍ରତ୍ୟେକ କଷ୍ଟକର ସମୟରେ ଶ୍ରୀଲଙ୍କା ସହିତ ଛିଡା ହୋଇଛି । ଭବିଷ୍ୟତରେ ମଧ୍ୟ ଜାରି ରଖିବ।


ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଓ ଦୁଇ ଦେଶର ସହଭାଗୀ ସାଂସ୍କୃତିକ ଆଧ୍ୟାତ୍ମିକ ଐତିହ୍ୟର ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଅସାଧାରଣ ପ୍ରୟାସକୁ ସ୍ୱୀକୃତି ସ୍ୱରୂପ ଶ୍ରୀଲଙ୍କା ସରକାର ତାଙ୍କୁ ମିତ୍ର ବିଭୂଷଣ ପଦକ ପ୍ରଦାନ କରିଛନ୍ତି । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୌଣସି ବିଦେଶୀ ରାଷ୍ଟ୍ର ଦ୍ୱାରା ଦିଆଯାଇଥିବା ୨୨ ତମ ଆନ୍ତର୍ଜାତୀୟ ପୁରସ୍କାର।