ଖୁବଶୀଘ୍ର ନିର୍ମାଣ ହେବ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର

ପୁରୀ: ଖୁବଶୀଘ୍ର ନିର୍ମାଣ ହେବ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର । ପର୍ୟ୍ୟଟନ କ୍ଷେତ୍ରରେ ମିଳିବ ଅଦ୍ଭୁତପୂର୍ବ ସଫଳତା । ଏଥିପାଇଁ କାମ ଦ୍ରୁତ ଗତିରେ ଜାରି ରହିଛି । ବିମାନ ବନ୍ଦର ପ୍ରତିଷ୍ଠା ନେଇ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ସର୍ବେକ୍ଷଣ ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ୍ ହୋଇଛି । ବ୍ରହ୍ମଗିରି ତହସିଲ ଅଞ୍ଚଳରେ ଥିବା ସିପସରୁବାଲି ଓ ଷଣ୍ଢପୁର ମୌଜାରେ ପାଖାପାଖି ୨୨୧.୪୮୦ ଏକର ବେସରକାରୀ ଜମି ଅଧିଗ୍ରହଣ ନିମନ୍ତେ ସର୍ବେକ୍ଷଣ ଆରମ୍ଭ ହୋଇଛି । ଏଥିପାଇଁ ଗ୍ରାମସଭା ମାଧ୍ୟମରେ ଜନଶୁଣାଣି କରାଯିବ । ପ୍ରସ୍ତାବିତ ଏୟାରପୋର୍ଟର ପାଚେରୀ କାମ ଅନ୍ତିମ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ ପ୍ରିଭିଜିବିଲିଟି ରିପୋର୍ଟ ସମେତ ଅବଷ୍ଟାକଲ ସର୍ଭେ କାର୍ୟ୍ୟ ଶେଷ ହୋଇଛି । ୧ ହଜାର ୧୬୪ ଏକର ପରିମିତ ଅଞ୍ଚଳରେ ନିର୍ମାଣ ହେବ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ।