( ଗୋବିନ୍ଦ ଚନ୍ଦ୍ର ପଣ୍ଡା ): ଚଳିତ ଲଗାଣ ବର୍ଷାରେ କେରଲରେ ସାଂଘାତିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ କେରଳରେ ସ୍ଥିତି ସଙ୍ଗୀନ ହୋଇପଡିଛି । କେରଳରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ୧୪ ଜିଲ୍ଲାରୁ ୧୨ଟି ଜିଲ୍ଲା ଗଭୀର ଭାବେ ପ୍ରଭାବିତ ହୋଇଛି । ମୂଷଳଧାରା ବର୍ଷା କାରଣରୁ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି ।
ଲଗାତାର ବର୍ଷା ଏବଂ ଭୂସ୍ଖଳନ କାରଣରୁ ବାହାରକୁ ବାହାରିବା କଷ୍ଟ ହେଉଥିବା ଅଧିକ ଲୋକ ଘରେ ଫସି ରହିଥିବା ଖବର ମିଳୁଛି। ଏହି ପରିପ୍ରେକ୍ଷୀରେ ସେଠାକାର ଆଲୁଭା ମୁନାର ରୋଡ ଅଞ୍ଚଳରେ ବନ୍ୟାରେ ଫସିରହିଥିବା ୧୩୦ ଜଣ ଓଡ଼ିଆଙ୍କୁ ସାହାଯ୍ୟ ପାଇଁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କେରଳର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ କମିଶନରଙ୍କ ପକ୍ଷରୁ ଏବାବଦରେ ଜଣାଯିବା ସହ ସେମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇବାକୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି।