କୋଚିଂ ସେଣ୍ଟର ପାଇଁ ସ୍ୱତନ୍ତ୍ର ଆଇନ, ଡମି ସ୍କୁଲ ବନ୍ଦ ପାଇଁ ଡିଇଓଙ୍କ ଦ୍ୱାରା ଛାତ୍ର, ଶିକ୍ଷକ ବାଇଓମେଟ୍ରିକ ଉପସ୍ଥାନ ଛlନଭିନ କର :ଓଡିଶା ଅଭିଭାବକ ମହାସଙ୍ଘ

ଭୁବନେଶ୍ୱର ;ଭୁବନେଶ୍ୱର ତା ୫ରିଖ ରାଜ୍ୟରେ ଛତୁ ଫୁଟିଲା ଭଳି ମାଳ ମାଳ କୋଚିଂ ସେଣ୍ଟର ଖୋଲା ଯାଇଛି l ସୁରକ୍ଷା ବ୍ୟବସ୍ଥା ଥାଉ ନଥାଉ, ସକାଳୁ ରାତି ପର୍ଯ୍ୟନ୍ତ, କିଏ ପାଠ ପଢାଉଛି ତାର ଠିକଣା ନାହିଁ l ଏପରି ବେଧଡ଼କ ଭାବେ ପୁରା ଦିନ ଦ୍ବିପ୍ରହରେ ପାଠ ପଢ଼ାକୁ ଏକ ପଣ୍ୟ ଦ୍ରବ୍ୟ ସଦୃଶ କିଣା ବିକା ଚାଲିଛି l ରାଜ୍ୟରେ ଏହି କୋଚିଂ ସେଣ୍ଟର ମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ନିୟମ ନାହିଁ l ପିଲାଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଭଲ ନମ୍ବର ରଖାଇଦେବାର ଏକ ସୁନେଲି ସ୍ବପ୍ନ ଦେଖାଇ ହଜାର ହଜାର ପିଲାଙ୍କୁ ଆକାଶ, ଆଲେନ, ବଣିକ ଭଳି କିଛି ପ୍ରଚାର ସର୍ବସ୍ବ ନାମକରା କୋଚିଂ ସେଣ୍ଟର ଲୁଟି ଚାଲିଛନ୍ତି l ଭଲ ନମ୍ବର ରଖିଥିବା ଗୋଟିଏ ପିଲାର ଫଟୋକୁ ଖବର କାଗଜ ଓ ଟିଭି ରେ ଵିଜ୍ଞାପନରେ ଏକାଧିକ ଅନୁଷ୍ଠାନ ପ୍ରଚାର ପାଇଁ ବ୍ୟବହାର କରିଥିବାର ନଜିର ମଧ୍ୟ ରହିଛି l ଅଭିଭାବକ ନିଜର ପିଲାର କାଳେ ଭଲ ହେବ ଏହି ପ୍ରରୋଚନାରେ ପଡି କୋଚିଂ ସେଣ୍ଟର ମାନଙ୍କ ଶୋଷଣର ଶିକାର ହେଉଥିବା ମାଳ ମାଳ ଅଭିଯୋଗ ଆସୁଛି l ସେହି ସବୁ କୋଚିଂ ସେଣ୍ଟର ପିଲା ବସିବା ଭଳି ହୋଇଛି ନା ନାହିଁ, ପର୍ଯ୍ୟlପ୍ତ ଅଗ୍ନି ନିର୍ବାପକ ସୁବିଧା ଅଛି କି ନାହିଁ, ଯିବା ଆସିବା ପାଇଁ ସିଡ଼ି ଗୁଡିକ କୌଣସି ବିପତି ସମୟରେ ପର୍ଯ୍ୟlପ୍ତ ହେବ କି ନାହିଁ l ଯିଏ ଯୋଉଠି ପାଇଲା ଗୋଟେ କୋଚିଂ ସେଣ୍ଟର ଖୋଲି ଦେଲା l କୋଚିଂ ସେଣ୍ଟର ଗୁଡିକର ନିୟନ୍ତ୍ରଣ ଓ ପରିଚାଳନା ପାଇଁ 2017 ନଭେମ୍ବର 6 ତାରିଖ ଦିନ ଉଚ୍ଚ ଶିକ୍ଷା ବିଭାଗ ସର୍ବସାଧାରଣଙ୍କ ଠାରୁ ଏ ସଂକ୍ରାନ୍ତରେ ମତାମତ ଗ୍ରହଣ ପାଇଁ ଏକ ଡ୍ରାଫ୍ଟ ବିଲ ଆଣିଥିଲେ l ହେଲେ ପରବର୍ତୀ ସମୟରେ ଆଉ କୌଣସି ପଦକ୍ଷେପ ନିଅlଗଲା ନାହିଁ l ଏହି କୋଚିଂ ସେଣ୍ଟର ମାନଙ୍କୁ ରେଜିଷ୍ଟ୍ରେସନ, ଅନୁମୋଦିତ ଭିତିଭୂମି, ପିଲାସଂଖ୍ୟl ନିର୍ଧାରଣ, କୋର୍ସ ଫି ନିର୍ଦ୍ଧାରଣ, କୋଚିଂ କ୍ଲାସର ସମୟ ନିର୍ଧାରଣ ଆଦି ଏହି ଡ୍ରାଫ୍ଟ ରହିବାର ଥିଲା l l ବିଗତ ଦିନରେ ସୁରଟରେ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟି 22 ଜଣଙ୍କ ମୃତ୍ୟୁ, ଦିଲ୍ଲୀ ରେ ସର୍ଟ ସର୍କିଟ ଅଗ୍ନିକାଣ୍ଡ ଏବେର ବନ୍ୟାରେ ଭାସି ମୃତ୍ୟୁ ଖବର ଅନେକ ଶିକ୍ଷା ଦେଇଛି l

 

ଆମ ରାଜ୍ୟରେ ଏଭଳି ଘଟଣାଯେ ନଘଟିବ ସେ କଥା କିଏ କହିବ l ସେପଟେ ରାଜସ୍ଥାନ କୋଟା ରେ ଯେପରି ଦିନକୁ ଦିନ ମେଧାବୀ ଛାତ୍ର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ବଢ଼ି ଚାଲିଛି ତାହା ଅଭିଭାବକ ମାନଙ୍କ ନିଦ ହଜାଇ ସାରିଲାଣି l ଓଡିଶାରେ ମଧ୍ୟ ବିଭିନ୍ନ ସମୟରେ କୋଚିଂ ସେଣ୍ଟରରେ ପାଠ ପଢ଼ା ଓ ଅନ୍ୟାନ୍ୟ ସମସ୍ୟା ତଥା ଶୋଷଣ ପାଇଁ ଅନେକ ଦୁର୍ଘଟଣାର ନଜିର ରହିଛି l ତେଣୁ କୋଚିଂ ସେଣ୍ଟର ମାନଙ୍କୁ ତାଲିକାଭୁକ୍ତ କରି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ଼ ଲାଇନ ଆଣି ସରକାର କେତେ ପରିମାଣରେ ଦେୟ ତାହା ନିର୍ଧାରଣ ସହ ଦାୟିତ୍ୱବୋଧ ନିର୍ଧାରଣ କରିବାର ନିହାତି ଆବଶ୍ୟକତା ରହିଛି l ବର୍ତମାନର ଡମି ସ୍କୁଲ ହେଉଛି ଆଉ ଏକ ସାଙ୍ଘାତିକ ବ୍ୟବସ୍ଥା l ଅଭିଭାବକ ମାନଙ୍କୁ ପ୍ରଲୋଭନ ଦେଖାଇ ଫେକ ସ୍କୁଲ ଜରିଆରେ ଆଡ଼ମିସନ କରୁଛନ୍ତି l ପିଲାମାନେ 75% ଉପସ୍ଥାନ ଜରୁରୀ ଥିବା ବେଳେ ଡମି ସ୍କୁଲ ସବୁ କାଗଜ କଲମରେ ଉପସ୍ଥାନ ପଡୁଛି l ଯେକୌଣସି ଘରୋଇ ସ୍କୁଲ ରେ ଉଭୟ ଛାତ୍ର ଓ ଶିକ୍ଷକ ମାନଙ୍କୁ ଉପସ୍ଥାନ ପାଇଁ ବାଇଓ ମେଟ୍ରିକ ବ୍ୟବସ୍ଥା କରି ଡି ଇ ଓ ଏବଂ ବି ଇ ଓ ଙ୍କ ଦ୍ୱାରା ଅତର୍କିତ ଭାବେ ଛlନଭିନ କଲେ ଏହି ଗୋଲକ ଧନ୍ଦା ବନ୍ଦ ହୋଇଯିବ l ତେଣୁ ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ ଏ ସଂକ୍ରାନ୍ତରେ ଚିଠି ମାନ୍ୟବର ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷେପ ନେବାକୁ ଦୃଢ଼ ଦାବୀ ଜଣାଇଛି l

 

ଆଜି ଉଚ୍ଚ ଶିକ୍ଷା ସଚିବଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଶାସନ ସଚିବ ଧରଣୀଧର ନନ୍ଦ ଙ୍କୁ ଭେଟି ଏହି ଚିଠି ପ୍ରଦାନ କରି ତୁରନ୍ତ ଏକ କୋଚିଂ ସେଣ୍ଟର ପରିଚାଳନା ନିୟମ ଆଣିବାକୁ ଅନୁରୋଧ କରିଛନ୍ତି l ଅଭିଭାବକ ମାନଙ୍କୁ ଶୋଷଣ ବନ୍ଦ ଓ ବିଦ୍ୟାର୍ଥୀ ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଯଦି ତୁରନ୍ତ ପଦକ୍ଷେପ ନିଆ ନଯାଏ ତେବେ ଆଗକୁ ଅଭିଭାବକ ମାନଙ୍କୁ ନେଇ ଜୋରଦାର ଲଢେଇ ହେବ ବୋଲି କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି l