ସାଉଣ୍ଡ ଆଣ୍ଡ ଲାଇଟ୍ ଓନର୍ସ ଆସୋସିଏସନ୍ ଓଡ଼ିଶାର ସାମ୍ବାଦିକ ସମ୍ମିଳନୀ

ଖୋର୍ଦ୍ଧା : ଆଗକୁ ଆସୁଛି ଦଶହରା ରାଜ୍ୟରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ମା’ ଦୁର୍ଗାଙ୍କ ପାଖରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭସାଣି କରାଯିବା ଯେଉଁ ଥିରେ ଶହ ଶହ ଡେକୋରେଟର , ସାଉଣ୍ଡ , ବିଭିନ୍ନ କଳାକାର ଉପକୃତ ହେବେ କିନ୍ତୁ ଭସାଣିରେ ଲାଗୁଥିବା ଡିଜେକୁ ବନ୍ଦ କରିବା ସହ କଟକଣା ଲାଗୁ କରାଯାଇଛି ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଶହଶହ ସାଉଣ୍ଡ ଓ ଲାଇଟ ମାଲିକ । ଏନେଇ ସାମ୍ବାଦୀକ ସମିକଳି କରି ତାଙ୍କର ଦାବି ରଖିଛନ୍ତି । ଖୋର୍ଦ୍ଧା, କଟକ ଜିଲ୍ଲା ଭଳି, ଶବ୍ଦ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାର କରି ଶବ୍ଦ ପରିବେଷଣ କରିବାକୁ ଓଡିଶାର ଅନ୍ୟ ସବୁ ଜିଲ୍ଲା ମାନଙ୍କରେ ବାଧ୍ୟତାମୂଳକ ଭାବରେ ଲାଗୁ କରିବା ପାଇଁ ସରକାର ଯଥାଶୀଘ୍ର ପଦକ୍ଷେପ ନିଅନ୍ତୁ । ସେହିପରି ଦ୍ୱିତିୟରେ ଓଡିଶାର କମିଶନରେଟ୍ ଅଂଚଳ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ଅଂଚଳ ମାନଙ୍କ ବ୍ୟତୀତ ଅନ୍ୟ ସବୁ ଅଂଚଳରେ ସର୍ବାଧିକ ୮ଗୋଟି ବକ୍ସ ଲଗାଇ କାମ କରିବାକୁ ନିର୍ଦ୍ଦେଶ ରହୁ । ଭୁବନେଶ୍ବର – କଟକ କମିଶନରେଟ୍ ଅଂଚଳରେ ଯେଉଁପରି ବର୍ଷ ତମାମ ବିବାହ, ବ୍ରତ ଆଦି କାର୍ୟ୍ୟ ନିମନ୍ତେ ୪ ଗୋଟି ବକ୍ସ ଏବଂ ବର୍ଷକୁ ଗୋଟିଏ ଦିନ ଦଶହରା ଭଳି ଗଣପର୍ବ ନିମନ୍ତେ ୮ ଗୋଟି ବକ୍ସର ଯେଉଁ ନିୟମ ଅଛି ତାହା ଅପରିବର୍ତିତ ରହିଛି । ବ୍ୟାଣ୍ଡ୍ ପାର୍ଟିରେ ଯେଉଁମାନେ ୬ଟି, ୮ଟି ବା ତା ଠାରୁ ଅଧୁକ ଟ୍ରଲି ମାନଙ୍କରେ ବସି ରାସ୍ତାରେ ସଂଗୀତ ପରିବେଷଣ କରୁଛନ୍ତି, ସେମାନେ ୨୦ ରୁ ୩୦ ଟା ବା ତା’ ଠାରୁ ଅଧୁକ ବକ୍ସ ବ୍ୟବହାର କରି କାମ କରୁଛନ୍ତି । ଯାହା ଫଳରେ ମାତ୍ରାଧିକ ଶବ୍ଦ ଉତ୍ପନ୍ନ ହେଉଛି । ଏକ ଚେସିସ୍ ଫ୍ରେମ୍ରେ ବହୁ ସଂଖ୍ୟକ ବକ୍ସ ଲଗାଇ କାମ କରୁଛନ୍ତି । ତେଣୁ ବିବାହ ଆଦି କାର୍ୟ୍ୟକ୍ରମରେ ପ୍ରତ୍ୟେକ ଟ୍ରଲିରେ ୨ଟି ଲେଖାଏଁ ଫିଡ୍ବ୍ୟାକ୍ ବାକ୍ସ ଏବଂ ଏକ ଚେସିସ୍ରେ ସମୁଦାୟ ୮ଗୋଟି ବାକ୍ସ ମଧ୍ୟରେ ସୀମିତ ରଖାଯାଉ । ଆମ ରାଜ୍ୟ ବାହାରୁ ଏହିଭଳି ଗାଡିର ମାଲିକ ମାନେ ଆସି ଆମ ଓଡିଶା ପ୍ରଦେଶରେ ୫୦ ରୁ ଅଧ୍ଵକ ବକ୍ସ ବ୍ୟବହାର କରି କାମ କରି ଯାଉଛନ୍ତି । ଯାହା ଫଳରେ ଜନସାଧାରଣ ବର୍ଗରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏମାନେ କାମ କରିବାକୁ ହେଲେ ବାଧ୍ୟତାମୂଳକ ଭାବେ ଜିଲ୍ଲା କଲେକ୍ଟର ମହୋଦୟ ଅଥବା ଜିଲ୍ଲା ପୁଲିସ ଅଧ୍ୟକ୍ଷକଙ୍କ ଠାରୁ ଅନୁମତି ପତ୍ର ପାଇ କାମ କରନ୍ତୁ ଏବଂ ଓଡିଶା ପ୍ରଦେଶର ନିୟମ ଅନୁସାରେ ୪ଟି ବା ୮ ଗୋଟି ବାକ୍ସ ଲଗାଇ କାମ କରନ୍ତୁ । ବିବାହ, ବ୍ରତ ତଥା ଅନ୍ୟାନ୍ୟ ପର୍ବପର୍ବାଣୀରେ ଶୋଭାଯାତ୍ରା ପାଇଁ, ପ୍ରଶେସନ ଗାଡି ଗୁଡିକୁ ଶବ୍ଦ, ଆଲୋକ ତଥା ଅନ୍ୟାନ୍ୟ ସାଜସଜ୍ଜା ନିମନ୍ତେ ଆବଶ୍ୟକ ରହେ । ବର୍ଷକୁ ଆମର ଏହି ଗାଡି ଗୁଡିକ ୩୬୫ ଦିନରୁ ମାତ୍ର ୫୦ ରୁ ୬୦ ଦିନ ରାସ୍ତାରେ ଗଡେ କିନ୍ତୁ ଆମେ ବର୍ଷ ତମାମର ରୋଡ୍ ଟ୍ୟାକ୍ସ, ଇନ୍ସ୍ୟୁରାନ୍ସ ମଧ୍ୟ ପୈଠ କରୁଛୁ । ତେଣୁ ଆମ ବ୍ୟବସାୟର ଆବଶ୍ୟକତା ଯୋଗୁଁ ଆମ ଗାଡି ଗୁଡିକୁ ଏକ ସ୍ବତନ୍ତ୍ର ବ୍ୟବସ୍ଥା ଦ୍ୱାରା ଫିସ୍ ଅନୁମତି ପ୍ରଦାନ କରାଯାଉ। ଯାହା ଦ୍ୱାରା ଏହି ବ୍ୟବସାୟରେ ଜଡିତ ଥିବା ୧ ଲକ୍ଷ ରୁ ଉର୍ଦ୍ଧ୍ବ ପରିବାର ବେରୋଜଗାର ହେବାରୁ ବଂଚିତ ହେବେ ଏବଂ ନିଜର ଜୀବନ ଜୀବିକା ଚିରଦିନ ପାଇଁ ଭଲରେ ନିର୍ବାହ କରିପାରିବେ । ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ତଥା ରାଜ୍ୟ ସରକାରଙ୍କ ନିକଟରେ ଏହା ଆମ ନିବେଦନ ଏବଂ ଗୁହାରୀ ବୋଲି କହିଛନ୍ତି ସାଉଣ୍ଡ ଓ ଲାଇଟ ମାଲିକ ।