ଗଞ୍ଜାମ(ରିପୋର୍ଟର୍ସ ଟୁଡେ) ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନରେ ଶହେରୁ ଅଧିକ ଲୋକଙ୍କୁ ଭୋଜିଭାତରେ ଆପ୍ୟାୟିତ କରି ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଅଡୁଆରେ ପଡିଛନ୍ତି। କେବଳ ସେତିକି ନୁହେଁ ଏହି ଅବସରରେ ଆୟୋଜନ ହୋଇଥିଲା ରକ୍ତଦାନ ଶିବିର। ଏହି ସମସ୍ତ କାର୍ୟ୍ୟକ୍ରମକୁ ଶହଶହ ଲୋକ ଛୁଟି ଆସିଥିଲେ। କାହାରି ମୁହଁରେ ନା ରହିଥିଲା ତୁଣ୍ଡି ନା ଥିଲା ସାମାଜିକ ଦୂରତା। ଶ୍ରାଦ୍ଧ ଭୋଜିରେ ସର୍ବାଧିକ ୨୦ଜଣଙ୍କ ଉପସ୍ଥିତିକୁ ଅନୁମତି ରହିଥିଲାବେଳେ ବିଧାୟକ କୋଭିଡ୍ ନିୟମ ଉଲ୍ଲଙ୍ଘନ ପରେ ତାଙ୍କ ନାମରେ ସୋରଡା ଥାନାରେ ଏତଲା ଦାୟର ହୋଇଛି ।