ଆଇସିୟୁରେ ଭର୍ତ୍ତି ହେଲେ ଅଭିନେତ୍ରୀ ସବିତା ବଜାଜ : ସାହାଯ୍ୟର ହାତ ବଢ଼ାଇଲେ ସୋନୁ

ଚଳଚ୍ଚିତ୍ର ‘ନାଦିଆ କେ ପ୍ୟାର’ ଖ୍ୟାତି ଅଭିନେତ୍ରୀ ସବିତା ବଜାଜ ଏକ କଠିନ ସମୟ ଦେଇ ଗତି କରୁଛନ୍ତି। ସବିତା ବଜାଜଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡି ଯାଇଛି ଏବଂ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

(ମୁମ୍ବାଇ) :  ଚଳଚ୍ଚିତ୍ର ‘ନାଦିଆ କେ ପ୍ୟାର’ ଖ୍ୟାତି ଅଭିନେତ୍ରୀ ସବିତା ବଜାଜ ଏକ କଠିନ ସମୟ ଦେଇ ଗତି କରୁଛନ୍ତି। ସବିତା ବଜାଜଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡି ଯାଇଛି ଏବଂ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତେବେ ଏସବୁ ଭିତରେ ରିୟଲ ହିରୋ ସୋନୁ ସୁଦ୍‌ ପୁଣି ସାହାଯ୍ୟର ହାତ ବଢ଼ାଇଛନ୍ତି। ସୋନୁ ସୁଦ ବର୍ତ୍ତମାନ ସବିତା ବଜାଜଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

 

 

ସୋନୁ ସୁଦ କହିଛନ୍ତି ଯେ, ଅନେକ ପ୍ରଶଂସକ ତାଙ୍କୁ ମେସେଜ ଦେଇ ସବିତା ବଜାଜଙ୍କ ଅବସ୍ଥା ବିଷୟରେ ସୂଚନା ଦେଇଥିଲେ। ସେ କହିଛନ୍ତି, ‘ଡାକ୍ତରଖାନାରେ ଅକ୍ସଜେନ୍‌ ମେସିନ୍ ବିତରଣ କରାଯାଇଛି। ମୁଁ ଏକ ଭିଡିଓ କରିବାକୁ ମଧ୍ୟ କହିଛି। ମେସିନ୍ ତାଙ୍କ ପାଖରେ ସୁରକ୍ଷିତ ଭାବେ ପହଞ୍ଚିଛି । କେବଳ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରନ୍ତୁ ଯେ ସେ ଭଲ ହୋଇ ଯାଆନ୍ତୁ। ସୋନୁ ସୁଦଙ୍କ ଏହି କାର୍ଯ୍ୟକୁ ପ୍ରଶଂସକମାନେ ବହୁତ ପ୍ରଶଂସା କରୁଛନ୍ତି ।

 

 

ସୂଚନାଯୋଗ୍ୟ ଯେ, ବଲିଉଡରେ ୫୦ ରୁ ଅଧିକ ଫିଲ୍ମରେ ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରିଥିବା ଅଭିନେତ୍ରୀ ସବିତା ବଜାଜ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି ବୋଲି ପୂର୍ବରୁ କହିଥିଲେ । ତାଙ୍କର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଚାଲିଛି। ଏଭଳି ପରିସ୍ଥିତିରେ ସବିତା ବଜାଜ ବାଧ୍ୟ ହୋଇ ସାହାଯ୍ୟ ମାଗିଥିଲେ। ୭୯ ବର୍ଷିୟ ସବିତା ବଜାଜଙ୍କର ଏହି ସମୟରେ ଖର୍ଚ୍ଚ ଚଳାଇବାକୁ ମଧ୍ୟ ପାଖରେ ଟଙ୍କା ନାହିଁ। ତିନି ମାସ ପୂର୍ବେ ଅଭିନେତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ସେ ସମୟରେ ମଧ୍ୟ ଅଭିନେତ୍ରୀ ଅନେକ ଟଙ୍କା ଖର୍ଚ୍ଚ କରିଥିଲେ, ଏବେ ତାଙ୍କ ପାଖରେ ଟଙ୍କା ନାହିଁ।