ଋିପୋର୍ଟର୍ସ ଟୁଡେ– ସମସ୍ତଙ୍କୁ ସତେଜ ପନିପରିବା ଖାଇବାକୁ ପସନ୍ଦ କରନ୍ତି । ପନିପରିବା ହେଉ ବା ଫଳମୂଳ , ଏସବୁ ସବୁବେଳେ ସତେଜ ଖାଇବା ଦ୍ୱାରା ଶରୀରକୁ ଉପଯୁକ୍ତ ପ୍ରୋଟିନ ମିଳିଥାଏ ।ପ୍ରାୟତଃ ଅଧିକାଂଶ ଲୋକ ଶାଗକୁ ବାହାରେ ରଖିଥାନ୍ତି କିମ୍ବା ଫ୍ରିଜରେ ରଖି ରଖିଥାନ୍ତି । ଏହାକୁ ୧ରୁ ୨ ଦିନ ରଖି ଖାଇବା ଦ୍ୱାରା ଏହାର ଗୁଣବତା କମ ହୋଇଥାଏ । ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଫ୍ରିଜରେ ରଖିବାକୁ ଅଧିକ ଗୁରୁତ୍ୱ ଦିଅନ୍ତି । ତେବେ ଯଦି ଶାଗକୁ ଫ୍ରିଜରେ ୩ ରୁ ୪ ଦିନ ସତେଜ୍ ରଖିବାକୁ ଚାହୁଁଥାନ୍ତି ତେବେ, ଶାଗକୁ ପ୍ରଥମେ ଭଲଭାବେ ଧୋଇବେ । ଏହାପରେ ଶାଗକୁ ଏକ ଶୁଖିଲା କପଡାରେ ବିଛାଇ ରଖିବେ । ଏହା ପରେ ଶାଗକୁ ଟିସୁ ପେପରରେ ଗୁଡାଇ ଏୟାର ଟାଇଟ୍ ଡବାରେ ୩ରୁ ୪ ଦିନ ରଖିପାରିବେ ।
ଆଣ୍ଟି-ଅକ୍ସିଡାଣ୍ଟରେ ଭରପୁର ଶାଗକୁ ଫ୍ରିଜରେ ଅନ୍ୟ ଫଳ କିମ୍ବା ପରିବା ସହିତ ମିଶାଇ ରଖିବା ଦ୍ୱାରା, ତାହା ଶୀଘ୍ର ଖରାପ ହୋଇଥାଏ ।ଉଚ୍ଚ ରକ୍ତଚାପ ରୋଗୀ,ମଧୁମେହ ଏବଂ ହୃଦରୋଗୀ ସୋରିଷ ଶାଗ,ମେଥି ଶାଗ, ସପ୍ତାହକୁ ୨ରୁ ୩ ଥର ଖାଇବା ଭଲ । ଶାଗ ଆଖିର ଜ୍ୟୋତି ବଢାଇବା ସହ, କେଶ ମୂଳକୁ ମଧ୍ୟ ଶକ୍ତି ଯୋଗାଏ । ସବୁ ବୟସର ଲୋକେ ଶାଗ ଖାଇବା ଭଲ ।ଯଦି ଫ୍ରିଜରେ ଶାଗକୁ ପ୍ଲାଷ୍ଟିକ ବ୍ୟାଗ୍ରେ ପୁରାଇ ରଖୁଥାନ୍ତି , ତେବେ ଏପରି ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ଶାଗ ବିଶାକ୍ତ ହେବାର ଭୟ ରହିଛି ।
Edit by sanjulata sahoo