ମାଲକାନଗିରି-: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରୁ ପୁଣି ଏକ ମାଓ ବଙ୍କର ଠାବ କରିଛନ୍ତି ସୁରକ୍ଷାବାହିନୀ । ସୁକମା ସୀମାନ୍ତବର୍ତ୍ତୀ ଜଙ୍ଗଲରେ ନକ୍ସଲ ଲୁଚି ରହିବା ପାଇଁ ମାଓ ସଂଗଠନ ପକ୍ଷରୁ ଏହି ବଡ଼ ବଙ୍କର ନିର୍ମାଣ କରାଯାଇଥିଲା । ୫ ଦିନ ଧରି ସର୍ଚ୍ଚ ଅପରେସନ ବେଳେ ମାଓ ବଙ୍କର ଠାବ କଲେ ଯବାନ । ବଙ୍କରରେ ୩ଟି ରାସ୍ତା ଥିବା ବେଳେ, ପାଣି ସହ ଅନେକ ସୁବିଧା ମଧ୍ୟ ରହିଥିବା ସୂଚନା ରହିଛି ।
ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର କରେଗୁଟା ଜଙ୍ଗଲରେ ପୋଲିସ ମାଓବାଦୀ ସଂଘର୍ଷ ସମୟରେ ମାଓବାଦୀ ଆତ୍ମଗୋପନ କରୁଥିବା ବଙ୍କର ଠାବ କରିଛନ୍ତି ସୁରକ୍ଷାକର୍ମୀ । ବଙ୍କରରେ ଆତ୍ମଗୋପନ କରି ସୁରକ୍ଷା କର୍ମୀଙ୍କୁ ଚକମ ଦେଉଥିଲେ । ସେଇ ବଙ୍କର ମଧ୍ୟରେ ରହିଥିଲା ସମସ୍ତ ପ୍ରକାର ସୁବିଧା ଯେଉଁଥି ପାଇଁ ବହୁଦିନ ଧରି ଆତ୍ମା ଗୋପନ କରିବାରେ ସକ୍ଷମ ହେଉଥିଲେ ମାଓବାଦୀ ମାନେ । ଏହି ବଙ୍କରକୁ ସିମେଣ୍ଟରେ କଂକ୍ରିଟ କରି ତିଆରି କରାଯାଇଥିଲା । ବଙ୍କର ଉପରି ଭାଗକୁ ପତ୍ର ଏବଂ ମାଟିରେ ଘୋଡାଇ ଦିଆଯାଉଥିବାରୁ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରୁଥିବାବେଳେ, ଏହାକୁ ସହଜରେ ଜାଣିପାରୁନଥିଲେ ।
ତେବେ ଆଉ ଅଳ୍ପ ଦିନର ଅପେକ୍ଷା, ମାଓବାଦୀ ସଂପୂର୍ଣ୍ଣ ମୂଳପୋଛ ହେବେ ବୋଲି ପୋଲିସ ଆଶା ରଖିଛି । ମାଓ ଅପରୋସନରେ ୫ ହାର୍ଡକୋର ମାଓବାଦୀ ଟଳିବା ପରେ ଶାନ୍ତି ବାର୍ତ୍ତା ପାଇଁ ପ୍ରେସ ରିଲିଜ ଜାରି କରିଛନ୍ତି ମାଓବାଦୀ । ମାସକ ପାଇଁ ଯୁଦ୍ଧ ବିରତି କରି ପୋଲିସ ମାଓବାଦୀ ମଧ୍ୟରେ ଶାନ୍ତି ବାର୍ତ୍ତା ପାଇଁ ପ୍ରସ୍ତାବ ରଖିଲେ ଟପ ମାଓ ନେତା ।