ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ବାଲିଛାଇ ନିକଟରେ ଆସିକା ପୋଲିସ ପକ୍ଷରୁ ବ୍ଲକିଙ୍ଗ ଓ ରାତ୍ରି ପେଟ୍ରୋଲିଂ ଚାଲିଥିବା ସମୟରେ ଘଟିଯାଇଛି ଦୁର୍ଘଟଣା । ସାର ଓ ପିଡ଼ିଆ ଲୋଡ଼ ଥିବା ଏକ ବୋଲର ପିକଅପ ଭ୍ୟାନ ସିପାହୀ କୈବର୍ତ ମାଝୀଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆସିକା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଛତ୍ରପୁର ୮ଗ୍ଧଷ ବେଟେଲିଅନର ସିପାହୀ କୈବର୍ତଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କୁ ପୋଲିସ ହେଡ କ୍ୱାଟରରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ରାୟ ଓ ବହୁ ପଦାଧିକାରୀ ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।
ସେହିଭଳି ରାୟଗଡା ଜିଲ୍ଲାର ଗୁଡାରୀ ଥାନା ଏମ କେ ରାଇ ଗ୍ରାମରେ ତାଙ୍କ ମର ଶରୀରକୁ ମଧ୍ୟ ଗାଡ଼ ଅଫ ଅନର ଦିଆଯାଇଛି । ଆସିକା ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡି ଏବଂ ଡ୍ରାଇଭରକୁ ନିଶାସକ୍ତ ଅବସ୍ଥାରେ କାବୁ କରିବା ସହ ଥାନାରେ କେଶ ନଂ ୬୨୩/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା କହଛନ୍ତି ଥାନା ଅଧିକାରୀ ପ୍ରଶାନ୍ତ ସାହୁ ।