ବନ୍ଧା ହେଲେ ରସିକିଆ ହାବିଲଦାର, ଅଧ୍ୟପିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ଅଭିଯୋଗ

ଭୁବନେଶ୍ୱର : ହାବିଲଦାରଙ୍କ କଳଙ୍କିତ କାରନାମା । ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରଥମେ ଶାରୀରିକ ସମ୍ପର୍କ ପରେ ବାରମ୍ବାର ଗର୍ଭପାତ ଅଭିଯୋଗ ହୋଇଛି । ଏହାପରେ ଚନ୍ଦକା କ୍ୟାମ୍ପର ହାବିଲଦାର ପ୍ରେମସାଗର ବାରାଙ୍କୁ ବାନ୍ଧିଲା ପୋଲିସ ।

ସୂଚନା ଅନୁସାରେ, ପ୍ରେମ ସାଗର ରେଶ୍ଟାଲ କଲୋନୀରେ ଦୁହେଁ ୮ବର୍ଷ ହେବ ଏକାଠି ରହି ଆସୁଥିଲେ । ଦୀର୍ଘ ୮ବର୍ଷ ହେବ ଅଧ୍ୟାପିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଆସୁଥିଲା । ବିବାହ ପାଇଁ କହିବାରୁ ପ୍ରେମ ସାଗର ତାଙ୍କୁ ମାଡ ମାରିବା ସହ ହତ୍ୟା ଧମକ ଦେଇଆସୁଥିଲା । ପରେ ମହିଳା ଥାନାରେ ଅଭିଯୋଗ ପରେ ପ୍ରେମ ସାଗରକୁ ବାନ୍ଧିଛି ମହିଳା ଥାନା ପୋଲିସ। ଖାଲି ଅଧ୍ୟାପିକା ନୁହଁନ୍ତି ଅନେକ ଝିଅଙ୍କ ସହ ସମ୍ପର୍କ ଥିବା ନେଇ ଥାନାରେ ହୋଇଛି ଅଭିଯୋଗ ।