ଲକ୍ଷ୍ମୀପୁର ହିଂସାକାଣ୍ଡରେ ବିଜେପି ନେତା ଓ ତାଙ୍କ ପୁଅ ନାମରେ ଏତଲା

ଉତ୍ତରପ୍ରଦେଶ : ଲକ୍ଷ୍ମୀପୁର ଖେରୀରେ ହୋଇଥିବା ହିଂସାକାଣ୍ଡ ପାଇଁ କେନ୍ଦ୍ର ରାଜ୍ୟ ଗୃହମନ୍ତ୍ରୀଙ୍କ ପୁଅ ନାମରେ ଏତଲା ଦେଇଛନ୍ତି ଚାଷୀ । ଚାଷୀଙ୍କ ଏତଲା ଅନୁଯାୟୀ ଆନ୍ଦୋଳନରତ କୃଷକଙ୍କ ଉପରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନି ଗାଡି ଚଢାଇଥିଲେ । ଏହି ହିଂସାକାଣ୍ଡରେ ୪ ଜଣ କୃଷକଙ୍କ ସମେତ ୮ ଜଣଙ୍କ ପ୍ରାଣ ହରାଇଛନ୍ତି ।

ଗତକିଛି ମାସ ତଳେ କୃଷକଙ୍କ ବିରୋଧରେ ଅଜୟ ମିଶ୍ର ଦେଇଥିବା ବୟାନ ପାଇଁ ଚାଷୀ ମାନେ ଏକତ୍ରିତ ହୋଇ ମନ୍ତ୍ରୀଙ୍କ ଗ୍ରସ୍ତକୁ ବିରୋଧ କରିଥିଲେ । ଲକ୍ଷ୍ମୀପୁରରେ ଅନେକ ସ୍ଥାନରେ ଇଣ୍ଟରନେଟ୍ ସର୍ଭିସ ବନ୍ଦ ରହିବା ସାତ୍ତେ ୧୪୪ ଧାରା ଲାଗୁ କରାଯାଈଛି । ଆଜି ସକାଳେ ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାୟତଙ୍କ ସହିତ ଅନେକ ଚାଷୀ ନେତା ହିଂସାକାଣ୍ଡ ହୋଇଥିବା ଅଞ୍ଚଳରେ ପହଞ୍ଚିଛନ୍ତି ।