(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତୀୟ ସେନାକୁ ଅତ୍ୟାଧୁନିକ କରିବା ଲକ୍ଷ୍ୟରେ ପ୍ରାୟ ଏକ ମାସ ତଳେ ସ୍ନାଇପର ରାଇଫଲ କିଣାଯିବାକୁ ନେଇ ସୂଚନା ରହିଥିଲା । କିନ୍ତୁ ସ୍ନାଇପର ରାଇଫଲ କିଣାରେ ସମସ୍ୟା ଦେଖାଦେଇଛି । ସେନା ମୋଟ ୫୭୦୦ଟି ହାଇ ସ୍ନାଇପର ରାଇଫଲ କିଣିବାକୁ ଟେଣ୍ଡର ଆହ୍ୱାନ କରିଥିଲା । ସାରା ବିଶ୍ୱରରୁ ୨୦ଟି କମ୍ପାନୀ ଏଥିନେଇ ଟେଣ୍ଡରରେ ଭାଗ ନେଇଥିଲେ । କିନ୍ତୁ ଉକ୍ତ କମ୍ପାନୀ ଗୁଡିକ କେବଳ ରାଇଫଲ ନିର୍ମାଣ କରନ୍ତି, ଗୁଳି ନୁହେଁ । କିନ୍ତୁ ଭାରତ ସରକାର ଗୋଟିଏ କମ୍ପାନୀଠାରୁ ଉଭୟ ଗୁଳି ଓ ରାଇଫଲ କିଣିବାକୁ ଇକ୍ତାୟୀ । ତେଣୁ ପୁରୁଣା ଟେଣ୍ଡରକୁ ବାତୀଲ କରାଯାଇ ନୂଆ ଟେଣ୍ଡର ଆହ୍ୱାନ କରିବ ସରକାର ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।