ବ୍ୟକ୍ତିଙ୍କ କାନ୍ଧରେ ୧୧୩ କିଲୋ ଓଜନର ସାପ
ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବ୍ୟକ୍ତିଟିର ସାହସକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ।
(ଦିଲ୍ଲୀ) : ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବ୍ୟକ୍ତିଟିର ସାହସକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଭିଡିଓରେ ଜଣେ ବ୍ୟକ୍ତି ୧୧୩ କିଲୋଗ୍ରାମ ଓଜନର ୨୨ ଫୁଟ ଲମ୍ବା ସାପକୁ ନିଜ କାନ୍ଧରେ ପକାଇ ବୁଲୁଥିବାର ଦେଖିବାକୁ ମିଳୁଛି ।
https://www.instagram.com/reel/CSMcxl_Foqw/?utm_source=ig_web_copy_link
ସୂଚନାନୁଯାୟୀ,ଭିଡିଓରେ କାନ୍ଧରେ ୨୨ ଫୁଟ ଲମ୍ବା ସାପ ନେଇଯାଉଥିବା ଏହି ବ୍ୟକ୍ତଙ୍କ ନାଁ ଜେ ବ୍ରିବର । ସେ ଏକ ଚିଡିଆଖାନାର ସଞ୍ଚାଳକ । ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର ହୋଇଥାଏ । ସେ ପଶୁ ପକ୍ଷୀଙ୍କୁ ବହୁତ ଭଲ ପାଆନ୍ତି । ସେ ଗୋଟିଏ ସାପକୁ ଗୋଟିଏ ଘରୁ ଅନ୍ୟ ଘରକୁ ସିଫ୍ଟ କରୁଥିଲେ ।