ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଭଞ୍ଜନଗର ପଡୋଶୀ କନ୍ଧମାଳ ଜିଲ୍ଲାରୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରକୁ ବିଭିନ୍ନ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଛି। ଶୁକ୍ରବାର ସନ୍ଧ୍ୟା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ ଏସ.ଆଇ ଲିତା ରାଣୀ ପରିଡ଼ା ଅନ୍ୟ ପୋଲିସ କର୍ମଚାରୀ ମାନଙ୍କୁ ନେଇ ଜାତୀୟ ରାଜପଥ ୧୫୭ ଅନ୍ତର୍ଗତ ଗଣ୍ଡିଶୂଳା ଛକ ନିକଟରେ ଛକି ରହିଥିଲେ। କିଛି ସମୟ ପରେ ଏକ ଟିଭିଏସ ବାଇକ (ଓଡ଼ି-୦୨ଏଭି,୬୨୫୪) ରେ ୨ଜଣ ଯୁବକଙ୍କୁ ପୋଲିସ ସନ୍ଦେହରେ ଅଟକାଇଥିଲା। ତଲାସୀ ନେବାରୁ ସେମାନଙ୍କ ନିକଟରୁ ଏକ ଧଳା ରଙ୍ଗର ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା।ତେବେ ପୋଲିସ ଗଞ୍ଜେଇ ଓ ମୋଟର ସାଇକେଲକୁ ଜବତ କରିଛି। ଜବତ ଗଞ୍ଜେଇର ଓଜନ ୨୦,୬୩୦ଗ୍ରାମ ଥିବା ଜଣାପଡିଛି। ମାଜିଷ୍ଟ୍ରେଟ ତଥା ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା। ଏହି ଘଟଣାରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଗ୍ରାମର ମନୋଜ ସାହୁ(୩୬) ଓ ଖୋର୍ଦ୍ଧା ଜିଲ୍ଲା ରତ୍ନପୁର ଗ୍ରାମର ମନୋଜ ସେଠୀ(୨୫)କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରାଯାଇଛି। ଜବତ ଗଞ୍ଜେଇକୁ ବ୍ୟବସାୟ ଉଦ୍ଦେଶ୍ୟରେ ବାଲିଗୁଡାରୁ ଭୁବନେଶ୍ୱର ଚାଲାଣ ହେଉଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି।