ପ୍ରଜ୍ଞାନ ଲେନ୍ସରେ ବିକ୍ରମ ଫଟୋ

ସ୍ମାଇଲ ପ୍ଲିଜ କହି ଫଟୋ ଉଠାଇଛି ପ୍ରଜ୍ଞାନ

0

ନୂଆଦିଲ୍ଲୀ: ପ୍ରଜ୍ଞାନ ଲେନ୍ସରେ ବିକ୍ରମ ଫଟୋ | ଆଜି ସକାଳ 7.35ରେ ‘ନେଭିଗେସନ୍‌ କ୍ୟାମେରା’ରେ ଚନ୍ଦ୍ରପୃଷ୍ଠରେ ଥିବା ‘ଲାଣ୍ଡର୍‌ ବିକ୍ରମ୍‌’ର ଫଟୋ ଉଠାଇଛି | ବିଶ୍ବର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଅବତରଣ କରିବା ପରେ ବିଭିନ୍ନ ସମୟରେ ସେମାନେ ଭିନ୍ନ ଭିନ୍ନ ସୂଚନା ପ୍ରଦାନ କରିବାରେ ଲାଗିଛନ୍ତି। ପୂର୍ବରୁ ଚନ୍ଦ୍ରପୃଷ୍ଠର ତାପମାତ୍ରା ସଂପର୍କରେ ସୂଚନା ପ୍ରଦାନ କରିଥିବା ରୋଭର ଗତକାଲି ଚନ୍ଦ୍ରର ଦକ୍ଷିଣ ମେରୁରେ ଗନ୍ଧକ (ସଲଫର)ର ସନ୍ଧାନ ପାଇଛି। ଏଥିରେ ଥିବା ଲେଜର-ଇଣ୍ଡ୍ୟୁସ୍‌ଡ ବ୍ରେକ୍‌ଡାଉନ୍ ସ୍ପେକ୍ଟ୍ରୋସ୍ପୋପ୍ (ଲିବ୍ସ) ଉପକରଣ ଚନ୍ଦ୍ରର ଦକ୍ଷିଣମେରୁରେ ଗନ୍ଧକ ଥିବା ସ୍ପଷ୍ଟ କରିଛି।

ତେବେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଛିଡ଼ା ହୋଇଥିବାର ଫଟୋ ସ୍ପଷ୍ଟ ଦୃଶ୍ୟମାନ ହେଉଥିବା ବେଳେ ବିକ୍ରମରେ ଲାଗିଥିବା ୨ ଯନ୍ତ୍ରାଂଶ ‘ଚାଷ୍ଟେ’ ଓ ‘ଇଲ୍‌ସା’ ଫଟୋରେ ରହିଛି। ଟ୍ବିଟ୍ କରି ସୂଚନା ଦେଇ ଇସ୍ରୋ କହିଛି କି ରୋଭରରେ ଲାଗିଥିବା ନାଭିଗେସନ୍ କ୍ୟାମେରାରେ ଏହି ଫଟୋ ଉଠାଯାଇଛି।

‘ଏକ୍ସ୍‌’ କରି (ଟୁଇଟ୍‌) ‘ଇସ୍ରୋ’ ଲେଖିଛି: ଚନ୍ଦ୍ରଯାନ-୩ ଅଭିଯାନ:  ‘ସ୍ମାଇଲ୍‌, ପ୍ଲିଜ୍‌!’ ‘ପ୍ରଜ୍ଞାନ ରୋଭର୍‌’ ଆଜି ସକାଳେ ‘ବିକ୍ରମ ଲାଣ୍ଡର୍‌’ର ଫଟୋ ଉଠାଇଛି।