ଆପଣ ହୋଇ ପାରନ୍ତି ଅନ୍ଧ

(ସୌମ୍ୟ ରଂଜନ ସେଠୀ) : କଣ ଆପଣ ଶୋଇବା ପୂର୍ବରୁ କିମ୍ବା ଉଠିବା ପରେ ନିଜର ସ୍ମାର୍ଟ ଫୋନ ଚେକ କରୁଛନ୍ତି କି ?? ଯଦି ହଁ, ତେବେ ଆପଣଙ୍କୁ ସାବଧାନ ହୋଇଯିବାକୁ ପଡ଼ିବ। ନଚେତ୍‌ ଯେଉଁ ସ୍ମାର୍ଟ ଫୋନ୍‌କୁ ଆପଣ ରାତିର ଅନ୍ଧାରରେ ଚେକ୍‌ କରୁଛନ୍ତି, ସେହି ଫୋନ୍‌ ସକାଳ ହେବା ବେଳକୁ ଆପଣଙ୍କ ଦୃଷ୍ଟିଶକ୍ତି ଛଡ଼ାଇନେଇପାରେ।

ବୈଜ୍ଞାନିକ ଏବଂ ଡାକ୍ତରଙ୍କ ମତରେ ଏହାକୁ ସ୍ମାର୍ଟ ଫୋନ ବ୍ଲାଇଣ୍ଡନେସ କୁହାଯାଉଛି ସ୍ମାର୍ଟ ଫୋନ୍‌ ବ୍ଲାଇଣ୍ଡନେସ୍ ସେତେବେଳେ ଉପୁଜିବ ଯେତେବେଳେ ଜଣେ ବ୍ୟକ୍ତି ରାତିର ଅନ୍ଧାରରେ ନିଜର ସ୍ମାର୍ଟ ଫୋନ୍‌କୁ ଦୀର୍ଘ ସମୟ ଧରି ଦେଖିବ। ଏହି ସମୟରେ ଯଦି ଆପଣଙ୍କ ଗୋଟିଏ ଆଖି ଅଧା ବନ୍ଦ ରହୁଛି ଆଉ ଗୋଟିଏ ଖୋଲା ରହୁଛି, ତେବେ ଆପଣ ଅସ୍ଥାୟୀ ଭାବେ ଅନ୍ଧ ହୋଇପାରନ୍ତି ।