ଭୁବନେଶ୍ୱର: ମାର୍ଚ୍ଚ ୩ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନଶୁଣାଣି ପାଇଁ ସ୍ଲଟ ବୁକିଂ ଆଜି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ଆସନ୍ତା ସୋମବାର ସାକ୍ଷାତ ଅଭିଯୋଗ ପାଇଁ ସର୍ବାଧିକ ୧୦୦୦ ଜଣଙ୍କ ପାଇଁ ପଞ୍ଜୀକରଣ ଉଦ୍ଦିଷ୍ଟ ଥିଲା । ଏଥିପାଇଁ ପୂର୍ବ ସୂଚନ ଅନୁସାରେ ଫେବୃଆରୀ ୨୮ ତାରିଖ ପୁର୍ବାହ୍ନ ୧୧ଘଟିକା ଠାରୁ ଏହି ସ୍ଲଟ ବୁକିଂ ବା ପଞ୍ଜୀକଣ ଆରମ୍ଭ ହୋଇଥିବା ବେଳେ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ଆଜି ଅପରାହ୍ନ ସୁଦ୍ଧା ୧୦୦୦ଜଣ ନିଜ ନିଜର ସ୍ଲଟ ବୁକିଂ କରିସାରିଥିବା ଜଣାଯାଇଛି । ଏହି ସମସ୍ତ ଜନସାଧାରଣ ସେମାନଙ୍କର ପଞ୍ଜୀକରଣ ପ୍ରାପ୍ତି ସ୍ୱୀକାର ପତ୍ର , ବ୍ୟକ୍ତିଗତ ପରିଚୟ ପତ୍ର ଏବଂ ନିଜର ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଜଣାଇବେ ।