ହିଞ୍ଜିଳି କାଟୁ/ରଜନୀକାନ୍ତ ପାତ୍ର : ୪ମାସ ପରେ ଫେରିପାରିଲେ ସୁନା ।ଚୋରୀ ହୋିଥିବା ସୁନାକୁ ଫେରାଇଳେ ପୋଲିସ । ସୂଚନା ଅନୁସାରେ, ଚୋରି ହୋଇଥିବା ସୁନାକୁ ଲୁଟେରାଙ୍କ ଠାରୁ ଠାବକରି ଦୀର୍ଘ ସାଢ଼େ ୪ମାସ ପରେ ସୁନା ଫେରାଇଲେ ପରିବାରଙ୍କୁ। ବ୍ରହ୍ମପୁର ଗୋପାଳପୁର ଥାନା ପୁଲିସ ୪ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଥିଲା।
ସେମାନଙ୍କଠାରୁ ପୁଲିସ ପ୍ରାୟ ୨୩୫ ଗ୍ରାମ ଓଜନର ସୁନାଗହଣା ଜବତ କରିଥିଲା। ସଦରଥାନା ଅନ୍ତର୍ଗତ ବ୍ରଜନଗର ଅଞ୍ଚଳର ଏଚକେ ପୃଷ୍ଟିଙ୍କ ଘରୁ ଏହି ସୁନା ଚୋରି କରିଥିବା ଗିରଫ ଅଭିଯୁକ୍ତ ପୁଲିସ ନିକଟରେ ସ୍ବୀକାର କରିବା ପରେ ପୃଷ୍ଟିଙ୍କୁ ତାଙ୍କ ସୁନା ଫେରାଇଛି ପୁଲିସ୍। ଏନେଇ ଗତକାଲି ଏଚକେ ପୃଷ୍ଟି ଓ ତାଙ୍କ ପତ୍ନୀଙ୍କୁ ଏସ୍ପି ଶାର୍ବଣା ବିବେକ ଏମଙ୍କ ଉପସ୍ଥିତିରେ ୧୯୦ଗ୍ରାମ୍ ସୁନା ଦିଆଯାଇଥିଲା ବଳକା ହୋଇଥିବା ଆଉ ୪୫ ଗ୍ରାମ୍ ସୁନା ଗୋପାଳପୁର ଥାନା ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।