ପୁଣି ଝଲସିବ ବଡବନ୍ଧ ଶିବ ମନ୍ଦିର

ବଲାଙ୍ଗୀର/ପ୍ରଶାନ୍ତ କୁମାର ମେହେର : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ  ବଡବନ୍ଧ ଗ୍ରାମରେ ବହୁ ପୁରାତନ  ସପ୍ନେଶ୍ବର ପୀଠ  ଅସହାୟ ଅବସ୍ଥାରେ ପଡିରହିଥିଲା । ସୂଚନା ମୁତାବକ ବହୁ ପୁରାତନ ଶୈବପୀଠକୁ  ଗ୍ରାମବାସୀଙ୍କ  ସହଯୋଗ କ୍ରମେ ନୂତନ ମନ୍ଦିର  ନିର୍ମାଣ ଉତ୍ତମ ପରିବେଶ ସୃଷ୍ଟି କରିବା ସହ ୪୫ ଫୁଟ ର ଏକ ମନ୍ଦିର ନିର୍ମାଣ କରାଯାଇଛି । ଏହି ମନ୍ଦିରରରେ  ଜଳାଭିଷେକ, ଦଣ୍ଡ ନୃତ୍ୟ ଦେଖିବାକୁ ମିଳିଥାଏ । ଗ୍ରାମବାସୀ  ଖୁବ ଶୀଘ୍ର  ରତ୍ନ ମୁଦକ କରିବାର ଯୋଜନା କରିଥିଲେ । କିନ୍ତୁ ସମ୍ପୂର୍ଣ୍ଣ ନିର୍ମାଣ ପାଇଁ ବହୁ ଟଙ୍କାର ଆବଶ୍ୟକ ରହିଛି । ତେଣୁ ସରକାର  ମନ୍ଦିର  ପ୍ରତି ଧ୍ୟାନ ଦେବା ସହ ସୌନ୍ଦର୍ୟ୍ୟକରଣ କରିବାକୁ ଅଞ୍ଚଳବାସୀଙ୍କ  ପ୍ରତିଶ୍ରୁତି ଦେଇଛନ୍ତି ।