ସିର୍ଲୋ ଜୁଗନୁ ସ୍ପୋର୍ଟିଂ କ୍ଲବ ପକ୍ଷରୁ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ

କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିର୍ଲୋ ଠାରେ ଥିବା ଜୁଗନୁ ସ୍ପୋର୍ଟିଂ କ୍ଲବ ପକ୍ଷରୁ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବୀନ ସରକାରଙ୍କ ରାଜ୍ୟ ଓ କିଶନନଗର ପ୍ରତି ରହିଥିବା ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ ।
ସଦର ବ୍ଲକ ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା, ପୂର୍ବତନ ପ୍ରହରାଜପୁର ସରପଞ୍ଚ ଶେଖ୍ ଜାହାଙ୍ଗିର୍ ଅଲ୍ଲୀ, ଦେବାଶିଷ ତ୍ରିପାଠୀ, ରଞ୍ଜନ ଚକ୍ରବର୍ତ୍ତୀ, ବୁଦ୍ଧିଶ୍ୟାମ ଭୋଇ, ସଂଗ୍ରାମ ସିଂହ, ବାବାଜୀ ସାସମଲ, ଅମୀର୍ ଖାଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫିରୋଜ୍ ଖାନ୍, ପ୍ରଶାନ୍ତ ଚୌଧୁରୀ, ରାଜ କିଶୋର ରାଉତ, ଅକ୍ତର୍ ଖାନ, ତ୍ରୈଲୋକ୍ୟ ଭୋଇ, ଜାହାଙ୍ଗିର୍ ଖାନ, ଆସିଫ୍ ଆଲ୍ଲୀ, ମହମ୍ମଦ୍ ରାହେମତୁଲ୍ଲା, ଇମ୍ରାନ୍ ଖାନ୍ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ ସ୍ଥାନୀୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ସୈୟଦ୍ କୌଶର୍ ଅଲ୍ଲି ମଞ୍ଚ ସଞ୍ଚାଳନ କରିଥିଲେ ।ପରିଶେଷରେ ପୂର୍ଣ୍ଣଚନ୍ଦ୍ର ସେଠୀ ଧନ୍ୟବାଦ ଦେଇଥିଲେ । ପ୍ରଭାକର ବାରିକଙ୍କ ସଂଯୋଜନାରେ ସ୍ଥାନୀୟ ଛାତ୍ରଛାତ୍ରୀ ମାନେ ଚିତ୍ତାକର୍ଷକ ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।