ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କର ହେବ ମରାମତି,ସିଂହଦ୍ୱାର ହେବ ରୁପା ଛାଉଣୀ

ପୁରୀ: କୋଟି ଓଡ଼ିଆ ଶ୍ରଦ୍ଧାଳୁଙ୍କ ପ୍ରାଣର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନ ପଲଙ୍କ ପୁରୁଣା ହୋଇ ଗଲାଣି । ପଲଙ୍କର ଗୋଡ଼ ସହ ଅନ୍ୟାନ୍ୟ ସ୍ଥାନ ଭାଙ୍ଗି ଦୋହଲିଲାଣି।ପଲଙ୍କରେ ଲାଗିଥିବା ରୁପା ଛାଡିଗଲାଣି । ତେଣୁ ଏହାକୁ ମରାମତି କରାଯିବ। ତା ସହ ଆଉ ଏକ ସେଟ୍ ରତ୍ନ ପଲଙ୍କ ନୂତନ ଭାବେ ତିଆରି କରାଯିବ। ଆଜି ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସେହିପରି ସିଂହଦ୍ୱାର ରୂପା ଛାଉଣୀ ହେବ। ଏଥିପାଇଁ ଆବଶ୍ୟକ ସମସ୍ତ ଖର୍ଚ୍ଚ ବହନ କରିବା ଲାଗି ଜଣେ ଦାତା ଆଗ୍ରହ ପ୍ରକାଶ କରିଛନ୍ତି। ତେଣୁ ଆସନ୍ତା ରଥଯାତ୍ରା ସମୟରେ ଏହିସବୁ କାମ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହାବ୍ୟତୀତ ଶ୍ରୀମନ୍ଦିରର ଅନ୍ୟ ତିନିଦ୍ୱାର ରୁପା ଛାଉଣୀ କରାଯିବା ଲାଗି ଆଲୋଚନା କରାଯାଇଛି। ଏହି ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଏଏସ୍ଆଇ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।