ଆପଣ ଦେଖୁଥିବା ଖବରଟି ସମ୍ପୂନ୍ନ ସତ୍ୟ ।ହାପୁର ସହରର ଚଣ୍ଡୀ ରୋଡ ସ୍ଥିତ ଏକ ମିଠା ଦୋକାନରୁ କିଣାଯାଇଥିବା ସିଙ୍ଗଡ଼ାରୁ ମଲା ଝିଟିପିଟି ବାହାରିଥିବା ଏକ ମାମଲା ସାମ୍ନାକୁ ଆସିଛି । ଏବେ ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ପୋଲିସ କଣ୍ଟ୍ରୋଲ ରୁମରେ ଏହି ଘଟଣା ସମ୍ପର୍କରେ ପରିବାର ଲୋକ ଅଭିଯୋଗ କରିଛନ୍ତି । ମୋହଲ୍ଲା ନ୍ୟୁ ଆର୍ୟ୍ୟ ନଗରର ମନୋଜଙ୍କ ପୁଅ ଅଜୟ କୁମାର ତାଙ୍କ ଘରକୁ ଆସିଥିବା ସମ୍ପର୍କୀୟଙ୍କ ପାଇଁ ଚଣ୍ଡି ରୋଡରେ ଅବସ୍ଥିତ ଏକ ମିଠା ଦୋକାନରୁ ସିଙ୍ଗଡ଼ା ଆଣିଥିଲେ । ଯେତେବେଳେ ସେ ନିଜ ସମ୍ପର୍କୀୟମାନେ ଏହାକୁ ଖାଇବା ଆରମ୍ଭ କଲେ, ସେତେବେଳେ ସେ ସିଙ୍ଗଡ଼ା ମଧ୍ୟରୁ ଗୋଟେ ଝିଟିପିଟି ଦେଖିଲେ, ଏହା ଦେଖି ତାଙ୍କ ହାତରୁ ସିଙ୍ଗଡ଼ା ତଳେ ପଡ଼ିଗଲା ।ସିଙ୍ଗଡ଼ାରେ ଝିଟିପିଟି ଦେଖିବା ପରେ ଘରେ ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ଅଳ୍ପ ସମୟ ମଧ୍ୟରେ ଏହି ଖବର ସ୍ଥାନୀୟ ଅଞ୍ଚଳରେ ବ୍ୟାପିଗଲା ଏବଂ ବହୁ ସଂଖ୍ୟକ ଲୋକ ଘଟଣାସ୍ଥଳରେ ଏକାଠି ହୋଇଥିଲେ । ଏହି ସିଙ୍ଗଡ଼ା ଖାଇବା ପରେ ୧୩ ବର୍ଷର ଝିଅ ରାଧିକାଙ୍କ ଅବସ୍ଥା ବିଗିଡି ଯାଇଥିଲା । ଯାହାପରେ ଝିଅଟିକୁ ଲୋକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ପରେ ପୀଡିତାଙ୍କ ପରିବାର ପୋଲିସ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ ।ପୀଡିତାଙ୍କ ପରିବାର ଏନେଇ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । କୋଟୱାଲୀ ଦାୟିତ୍ୱରେ ଥିବା ସୁମନ କୁମାର ସିଂ କହିଛନ୍ତି ଯେ ଅଭିଯୋଗ ଆଧାରରେ ଏହି ଘଟଣାର ତଦନ୍ତ କରାଯାଉଛି । ଅନ୍ୟ ପଟେ, ଦୋକାନ ମାଲିକ ତାଙ୍କ ଭୁଲକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଦୋକାନ ମାଲିକ କହିଛନ୍ତି ଯେ ସିଙ୍ଗଡ଼ାର ଆଳୁ ହାତରେ ଭରି କରାଯାଏ । ଏଭଳି ପରିସ୍ଥିତିରେ ସିଙ୍ଗଡ଼ାରେ ଝିଟିପିଟି ଆସିବାର ପ୍ରଶ୍ନ ଉଠୁନାହିଁ । ସେ ଘଟଣାର ତଦନ୍ତ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଆଜିକାଲି ଏହିଭଳି ଅନେକ ଘଟଣା ଘଟୁଛି । ସେଥିପାଇଁ ଯେତେ ସମ୍ଭବ କମ ବାହାର ଖାଦ୍ୟ ଖାଆନ୍ତୁ । କାରଣ ଏବେ ଏହା ଜୀବନ ପ୍ରତି ମଧ୍ୟ ବିପଦପୂର୍ଣ୍ଣ । ଘର ତିଆରି ଖାଦ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତୁ ।