କୋରାପୁଟ: କୋରାପୁଟ ଲମତାପୁଟ ବ୍ଲକ ପିପଲପୁଟ ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ଘର ପାଖରେ ଏକ ପୋଖରୀ ଖୋଳାଯାଇଥିବାବେଳେ ଦୁଇ ଭାଇ ଭଉଣୀ ଖେଳିବାକୁ ଯାଇ ଗୋଡ ଖସିଯିବାରୁ ଦୁଇ ଭାଇ ଭଉଣୀ ପୋଖରୀ ଭିତରକୁ ଖସିପଡିଥିଲେ । ମୃତ ଭାଇ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ବୟସ ୧୦ ବର୍ଷ ହୋଇଥିବାବେଳେ ଜଣଙ୍କ ବୟସ ୫ ବର୍ଷ ବୋଲି ଜଣାପଡିଛି ।ଘର ଲୋକ ଖୋଜାଖୋଜି କରିବା ପରେ ଦୁହିଁଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ଦୁଇଜଣଙ୍କର ମୃତ୍ୟୁ ହୋଇସାରିଥିଲା ।