ବ୍ରହ୍ମପୁର : ମା’ ସହ ବିଷ ପିଇଦେଲେ ଭାଇଭଉଣୀ। ବିଷ ପିଇଦେବା ପରେ ମା’ ସହ ଭାଇଭଉଣୀ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଏମକେସିଜି ମେଡ଼ିକାଲରେ ଡାକ୍ତର ୩ଜଣଙ୍କ ମୃତ୍ୟୁ ଘୋଷଣା କରିଥିଲେ।
ସୂଚନା ଅନୁଯାୟୀ , ଗତକାଲି ପାଳିବନ୍ଧରେ ଠାକୁରାଣୀ ଯାତ୍ରା ପାଇଁ ଆଲୋଚନା ଚାଲିଥିବା ବେଳେ ଉକ୍ତ ପରିବାର କାହାର ଦେଖା ନଥିଲା । ଫଳରେ ଗାଁ ର କିଛି ବ୍ୟକ୍ତି ଘରକୁ ଯାଇ ଦେଖିଲା ପରେ ତିନିଜଣ ଘରେ ଅଚେତ ପଡ଼ିଥିଲେ ସଙ୍ଗେ ସଙ୍ଗେ ତାଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ ନିଆଯାଇଥିଲା ସେଠାରେ ଡାକ୍ତର ଜଣେ ପରେ ଜଣକୁ ମୃତ୍ୟ ଘୋଷଣା କରିଥିଲେ । ଗତଦୁଇବର୍ଷ ପୂର୍ବରୁ ଏସ.ମାମକ୍ଷରେଡିଙ୍କ ସ୍ୱାମୀ ରବୀନ୍ଦ୍ରଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିବା ବେଳେ ଏବେ ପରିବାର ଏପରି ନିଷ୍ପତ୍ତି କଣ ପାଇଁ ନେଲେ ତାହାର କାରଣ ଏବେ ବି ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।