ହୋଲି ପରେ ହଟିପାରେ ରବିବାର ଜଗା ଦର୍ଶନ କଟକଣା

ଛତିଶାନିଯୋଗ ବୈଠକରେ ହେବ ନିଷ୍ପତି

ପୁରୀ: ଶ୍ରୀମନ୍ଦିରରୁ ହଟିପାରେ ଜଗଦର୍ଶନ କଟକଣା । ହୋଲି ପରେ ହଟିପାରେ ରବିବାର ଦର୍ଶନ କଟକଣା । ଆଗାମୀ ଶନିବାର ଏନେଇ ଛତିଶାନିଯୋଗ ବୈଠକରେ ନିଷ୍ପତି ହେବ ନେଇ ସୂଚନା ମିଳିଛି । କରୋନାକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଥିଲା । ଯାହା ଫଳରେ ରବିବାର ଭଳି ଛୁଟି ଦିନରେ ଜଗା ଦର୍ଶନର ଲାଭ ପାଇ ପାରୁନଥିଲେ ଶ୍ରଦ୍ଧାଳୁ । ତେବେ ହୋଲି ପରେ ଏହି କଟକଣାରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ମିଳିବା ନେଇ ସୂଚନା ମିଳୁଛି ।

ସୂଚନା ଅନୁଯାୟୀ, ରାଜ୍ୟରେ କରୋନା ସଂକ୍ରମଣର ମାତ୍ରା ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବାରୁ ଶ୍ରୀମନ୍ଦିର ଦର୍ଶନ ନିମନ୍ତେ ଥିବା କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଥିଲା । କିନ୍ତୁ ଶ୍ରୀମନ୍ଦିର ସାନିଟାଇଜ୍ ପାଇଁ ରବିବାର ଦିନ ଦର୍ଶନ ଉପରେ କଟକଣା ରହିଥିଲା । ଏବେ ହୋଲି ପରେ ଏହି କଟକଣା ହଟିପାରେ ବୋଲି କୁହାଯାଉଛି । ଏନେଇ ଆସନ୍ତା ଶନିବାର ଛତିଶାନିଯୋଗ ବୈଠକରେ ଆଲୋଚନାରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।ଅନ୍ୟପକ୍ଷେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କର ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଏହି ବେଶ ଦର୍ଶନରୁ ବଞ୍ଚିତ ରହିଛନ୍ତି ଶ୍ରଦ୍ଧାଳୁ । ଅପରାହ୍ନ ୫ଟାରୁ ଆରମ୍ଭ ହୋଇ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।