୧୦ ଡିଗ୍ରୀ କଲେଜରେ ଶୂନ୍ୟ ନାମଲେଖା, ଉଚ୍ଚଶିକ୍ଷା ବିଭାଗର କାରଣ ଦର୍ଶାଅ ନୋଟିସ

୧୦ ଡିଗ୍ରୀ କଲେଜରେ ଶୂନ୍ୟ ନାମଲେଖା। ଚଳିତ ଶିକ୍ଷାବର୍ଷରେ ରାଜ୍ୟର ୧୦ କଲେଜରେ ଜଣେ ବି ଛାତ୍ରଛାତ୍ରୀ ନାମ ଲେଖାଇନାହାନ୍ତି । ଗୁମ୍ମା ସରକାରୀ ଡିଗ୍ରୀ କଲେଜରେ ସବୁ ସିଟ୍ ଖାଲି ପଡ଼ିଲା । ଏଥିସହ କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା ବ୍ଳକର ଗୋଟିଏ, କେନ୍ଦୁଝରର ମ୍ୟୁନିସ୍‌ପାଲିଟି ଅଞ୍ଚଳର ଗୋଟିଏ, ପୁରୀ ସଦର ଅଞ୍ଚଳରେ ଥିବା ଗୋଟିଏ କଲେଜରେ ଆଦୌ ନାମଲେଖା ହୋଇନି। କଟକର ବାରଙ୍ଗ ଅଞ୍ଚଳରେ ଦୁଇଟି ଓ ମହାନଗର ନିଗମ ଅଞ୍ଚଳ ଥିବା ଗୋଟିଏ କଲେଜ,ଯାଜପୁର ଜିଲ୍ଲାର ବ୍ୟାସନଗର, ଗଞ୍ଜାମ ଜିଲ୍ଲାର ଧରାକୋଟ, ଖୋର୍ଦ୍ଧାର ଭୁବନେଶ୍ୱରରେ ଥିବା ଏକ କଲେଜରେ ଚଳିତବର୍ଷ ମଧ୍ୟ ଆଦୌ ନାମଲେଖା ହୋଇନି। ସମସ୍ତ କଲେଜକୁ ଉଚ୍ଚଶିକ୍ଷା ବିଭାଗର କାରଣ ଦର୍ଶାଅ ନୋଟିସ।