ନୂଆଦିଲ୍ଲୀ : ପୁଣି ଗ୍ରାହକଙ୍କୁ ପାଇଁ ଏକ ବଡ ଝଟକା। ମହଙ୍ଗା ହେବ ପେଟ୍ରୋଲ୍ ଓ ଡିଜେଲ ମୂଲ୍ୟ। କେନ୍ଦ୍ର ସରକାର ଉତ୍ପାଦ ଶୁକ୍ଳ ୨ ଟଙ୍କା ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି। ପେଟ୍ରୋଲ୍ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହେବା ନେଇ ସୋମବାର ସୂଚନା ମିଳିଛି । ପେଟ୍ରୋଲ୍ ଓ ଡିଜେଲ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ। ନୂତନ ଦାମ ଆଜି ରାତି ୧୨ଟାରୁ ଲାଗୁ ହେବ। ଏପର୍ଯ୍ୟନ୍ତ ସରକାର ପେଟ୍ରୋଲ୍ ଉପରେ ୧୯ ଟଙ୍କା ୯୦ ପଇସା ପ୍ରତି ଲିଟର୍ ଓ ଡିଜେଲ୍ ଉପରେ ୧୫ ଟଙ୍କା ୮୦ ପଇସା ପ୍ରତି ଲିଟର୍ ଏକ୍ସାଇଜ୍ ଡ୍ୟୁଟି ଆଦାୟ କରୁଥିଲେ। ଏହି ବୃଦ୍ଧି ପରେ ପେଟ୍ରୋଲ୍ ଉପରେ ୨୧ ଟଙ୍କା ୯୦ ପଇସା ଏବଂ ଡିଜେଲ୍ ଉପରେ ୧୭ ଟଙ୍କା ୮୦ ପଇସା ଏକ୍ସାଇଜ୍ ଡ୍ୟୁଟି ହେବ।