ଭୋପାଲ : ମହିଳା ପ୍ରାଣୀ ଚିକିତ୍ସକ ମାନଙ୍କୁ ନେଇ ଆୟୋଜିତ ସମ୍ମିଳନୀ ଶକ୍ତି ୨୦୨୧ରେ ଶିବରାଜ ସିଂ ଚୌହାନ ଗୋମୁତ୍ର ଓ ଗୋବର ଅର୍ଥନୀତିକୁ ସୁଦୃଢ କରିବା ନେଇ କହିଛନ୍ତି । ଆଗାମୀ ଦିନରେ ସରକାର ଏ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିବେ । ସରକାର ଚାଷୀ ଓ ଗୋପାଳକଙ୍କ ପାଇଁ ଗୋଶାଳା କରିସାରିଛନ୍ତି କେବଳ ଏହି ବିକାଶ ଦିଗରେ ସମାଜ ସାମିଲ ହେବା ଦରକାର । ଯଦି ଗାଇର ଗୋବରରୁ ପ୍ରସ୍ତୁତ ଗୋବର କାଠ ଦ୍ୱାରା ମଧ୍ୟପ୍ରଦେଶରେ ଶବଦାହ କରାଯାଇପାରିବ ତେବେ କାଠର ବ୍ୟବହାର କମ ହେବ ।