ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶିବସେନା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତାଲିକାରେ ୧୬ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ଉଦ୍ଧବ ଠାକରେ । କଂଗ୍ରେସର ଅସନ୍ତୋଷ ଭିତରେ ଇଣ୍ଡିଆ ମେଣ୍ଟରେ ଥିବା ଶିବସେନା ସଙ୍ଗାଲି ଲୋକସଭା ଆସନରୁ ମଧ୍ୟ ଜଣେ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି । ଏଭଳି ପରିସ୍ଥିତିରେ ବିରୋଧୀ ଶିବିରରେ ଅସନ୍ତୋଷ ଥିବା ସ୍ପଷ୍ଟ ହୋଇଛି । ପ୍ରାର୍ଥୀଙ୍କ ତାଲିକା ଘୋଷଣା ନେଇ ଏକ୍ସ ଜରିଆରେ ସୂଚନା ଦେଲେ ବରିଷ୍ଠ ନେତା ସଞ୍ଜୟ ରାଉତ ।