(ଅନୁସ୍ୱୟା):ସାଧାରଣତଃ ସମସ୍ତେ ଫ୍ରାଏଡ଼ ରାଇସ ଖାଇବାକୁ ପସନ୍ଦ କରିଥାନ୍ତି। ତେଣୁ ଘରେ ସିମଲା ମରିଚ ପକାଇ ଫ୍ରାଏଡ଼ ରାଇସ ପ୍ରସ୍ତୁତ କରନ୍ତୁ
ଆବଶକୀୟ ସାମଗ୍ରୀ :
ବାସୁମତି ଚାଉଳ : ଦୁଇ କପ
ହଳଦିଆ ସିମଲା ମରିଚ : ଗୋଟିଏ
ଲାଲ ସିମଲା ମରିଚ :ଗୋଟିଏ
ଗ୍ରୀନ ସିମଲା ମରିଚ : ଗୋଟିଏ
ଛୋଟ କଟା ହୋଇଥିବା ଲଙ୍କା : ୨ଟି
ଅଦା ଓ ରସୁଣ ପେଷ୍ଟ
ବଟର : ୨ଚାମଚ
ପ୍ରସ୍ତୁତି ପ୍ରଣାଳୀ : ଫ୍ରାଏଡ଼ ରାଇସ ପ୍ରସ୍ତୁତ କରିବା ପୂର୍ବରୁ ବାସୁମତି ଚାଉଳରେ ଭାତ ତିଆରି କରନ୍ତୁ। ପ୍ରଥମେ ଗ୍ୟାସ ଅନ କରନ୍ତୁ । ସେଥିରେ ଏକ କଡେଇ ବସାଇ ତେଲ ଗରମ କରନ୍ତୁ । ସେଥିରେ ଅଦା,ରସୁଣ ପେଷ୍ଟ ପକାନ୍ତୁ । କିଛି ସମୟ ଭାଜିବା ପରେ ସେଥିରେ ଛୋଟ କଟା ହୋଇଥିବା ସିମଲା ମରିଚ ପକାନ୍ତୁ । ତିଆରି ହୋଇଥିବା ଭାତକୁ ସେହି କଡେଇରେ ପକାଇ ଦିଅନ୍ତୁ । ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଲୁଣ ପକାଇବା ପରେ ଏହାକୁ କିଛି ସମୟ ଚୁଲିରେ ବସାଇ ରଖନ୍ତୁ । ଭଲ ଭବେ ଲୁଣଟି ମିଶି ଫ୍ରାଏ ହୋଇଗଲେ ଗ୍ୟାସଟିକୁ ବନ୍ଦ କରିଦିଅନ୍ତୁ । ପ୍ରସ୍ତୁତ ହୋଇଯିବ ଆପଣଙ୍କ ସିମଲା ମରିଚ ଫ୍ରାଏଡ଼ ରାଇସ । ଗରମା ଗରମ ଏକ ପାତ୍ରକୁ ବହାର କରି ପରଷନ୍ତୁ ।