ବାତ୍ୟା ପାଇଁ ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ ରହିବ

ବାରିପଦା: ମାଡିଆସୁଛି ବାତ୍ୟା ‘ଦାନା’ ।   ୨୪ ତାରିଖ ରାତିରୁ ୨୫ ତାରିଖ ସକାଳେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି। ତେଣୁ ତା’ପୂର୍ବରୁ ଅର୍ଥାତ ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ ରହିବ। ଯେଉଁମାନେ ଆଗୁଆ ବୁକିଂ କରିଥିଲେ, ସେମାନଙ୍କ ବୁକିଂକୁ ମଧ୍ୟ ବାତିଲ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ ଅଭୟାରଣ୍ୟ କ୍ଷେତ୍ର ନିର୍ଦ୍ଦେଶକ। ବାତ୍ୟା ’ଦାନା’କୁ ନେଇ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ।