ବିବାହ କରିବେ ଶାର୍ଦ୍ଦୁଳ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଲର୍ଡ ତଥା ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର ଦେଇଛନ୍ତି ଖୁସିର ଖବର । ପ୍ରେମିକା ମିତାଲୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଲର୍ଡ ଶାର୍ଦ୍ଦୁଳ । ତେଣୁ ଆଜି ସେ ବିବାହର ପ୍ରଥମ ପଦକ୍ଷେପ ଅର୍ଥାତ ନିର୍ବନ୍ଧ କରିଛନ୍ତି । ଏହାପରେ ଉଭୟଙ୍କର ନିର୍ବନ୍ଧ ସମୟର ଫଟୋ ଏବଂ ଭିଡିଓ ସୋଶଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।


ବାନ୍ଦ୍ରା-କୁର୍ଲା କମ୍ପେ୍ଲକ୍ସରେ ସମ୍ପନ୍ନ ହୋଇଛି ଶାର୍ଦ୍ଦୁଳ ଏବଂ ମିତାଲୀଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମ । ଉଭୟଙ୍କର ଏହି ନିର୍ବନ୍ଧ କାର୍ଯ୍ୟକ୍ରମରେ କେବଳ ପରିବାର ଏବଂ ନିକଟ ସମ୍ପର୍କୀୟମାନେ ଯୋଗ ଦେଇଥିଲେ । ଉଭୟଙ୍କ ନିର୍ବନ୍ଧ ସମୟର ଫଟୋ ସୋଶଲ ମିଡିଆରେ ପୋଷ୍ଟ ହେବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଖୁବଶୀଘ୍ର ଉଭୟ ପ୍ରେମୀ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ୨୦୨୨ରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ସେ ବିବାହ କରିବେ ।

ୱାର୍କଲୋଡ୍ ମ୍ୟାନେଜମେଣ୍ଟ ଅନୁସାରେ ବିସିସିଆଇ ଶାର୍ଦୁଲ ଠାକୁରଙ୍କୁ ଆରାମ ଦେଇଛି। ଶାର୍ଦୁଲ ଠାକୁର ଟିମ ଇଣ୍ଡିଆ ପାଇଁ ୩ଟି ଫାର୍ମଟରେ ଖେଳି ସାରିଛନ୍ତି। ସେ ଭାରତ ପାଇଁ ଏବେ ସୁଦ୍ଧା ୪ଟି ଟେଷ୍ଟ, ୧୫ଟି ଦିନିକିଆ ଓ ୨୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ୩୦ ବର୍ଷୀୟ ଶାର୍ଦୁଲ ଠାକୁର ନିକଟରେ ଲୋଅର ଅର୍ଡରରେ ନିଜ ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି।