କୋରାପୁଟ/ ମନୋଜ ଦାସ :ସହିଦ ଲଷ୍ମଣ ନାୟକ ଜୟନ୍ତୀ ଉପଲକ୍ଷେ ୟୁଥ ଏକମ୍ବା ଦ୍ୱାରା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ତା. ୧୪.୧୧.୨୦୨୨ ରୁ ୨୨.୧୧.୨୦୨୨ ପର୍ୟ୍ୟନ୍ତ ଚାଲିଥିଲା ।ଏଥିରେ ଫାଇନାଲିଷ୍ଟ ଯୋଗାଭୋଳିୟା ସ୍ପୋର୍ଟିଂ କ୍ଲବ ଓ ମାଲକାନଗିରି କୁଡୁମୁଳୁଗୁମା ମଧରେ କୋଡା ଟକର ହେଇଥିଲା । କିନ୍ତୁ ଉପଯୁକ୍ତ ସମୟରେ ଉଭୟ ଦଳ ଗଲ ମାରି ନ ଥିଲେ ଖେଳ ଶେଷରେ ଟ୍ରାଇବେକେର କଳାହାଣ୍ଡି ଯୋଗାଭୋଳିୟା ସ୍ପୋର୍ଟିଂ କ୍ଲବ ବିଜୟ ହେଇଥିଲା । ମୁଖ୍ୟ ଅଥିତି ମାନେ ଖେଳାଳିମାନଙ୍କୁ ଉତ୍ସହିତ କରିଥିଲେ । ମୁଖ୍ୟ ଅଥିତି ଭାବେ ଜୟରାମ ପୂଜାରୀ ସଭାପତି, ଜଗନ୍ନାଥ ବେହେରା ଓଡିଶା ପୋଲିସ ସଭାପତି, ଓ ସିଦ୍ଧାର୍ଥ ମହାନ୍ତି ଯୋଗ ଦେଇ ଯୁବକମାନଙ୍କୁ ସୋହିଦ ଲଷ୍ମଣ ନାୟକ ବିଷୟରେ କହିବା ସହ ଦେଶ ସେବା କରିବା ନିମନ୍ତେ ପେରଣା ଦେଇଥିଲେ।