ଭାରତ ବିରୋଧରେ ବିଷ ଓଗାଳିଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦ୍ । ଜାମ୍ମୁକାଶ୍ମୀରେ ଭାରତୀୟ ପର୍ଯ୍ୟଟଙ୍କ ହତ୍ୟା ଘଟଣାରେ ଭାରତକୁ ଦାୟୀ କରିଲେ । କହିଲେ ଭାରତ ନିଜ ଲୋକଙ୍କୁ ହତ୍ୟା କରୁଛି । କାରଣ ଆତଙ୍କବାଦୀ ମାନେ ପହଲଗାମରେ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ଲୋକଙ୍କୁ ହତ୍ୟା କରି ଚାଲିଥିଲେ । ହେଲେ ୮ ଲକ୍ଷ ସୈନିକଙ୍କ ମଧ୍ୟରୁ ଜଣେ ହେଲେ ମଧ୍ୟ ଭାରତୀୟ ସୈନିକ ଆସିନଥିଲେ । ହେଲେ ସେମାନେ ଯେତେବେଳେ ଆସିଲେ, ସେତେବେଳେ ପାକିସ୍ତାନ ଉପରେ ଦୋଷ ଲଦିଲେ । ତେଣୁ ନିଜ ଲୋକଙ୍କୁ ହତ୍ୟା କରିବା ପରେ ପାକିସ୍ତାନ ଉପରେ ଦୋଷ ଲଦିବା ଆରମ୍ଭ କରିଥିଲେ ବୋଲି ଶାଦିଦ ଆଫ୍ରିଦ କହିଛନ୍ତି ।

ସେ କହିଛନ୍ତି ଯେ ‘ଭାରତ ନିଜେ ଆତଙ୍କବାଦ କରେ, ନିଜ ଲୋକଙ୍କୁ ହତ୍ୟା କରେ ଏବଂ ତା’ପରେ ପାକିସ୍ତାନକୁ ଦୋଷ ଦିଏ।’ କୌଣସି ଦେଶ କିମ୍ବା ଧର୍ମ ଆତଙ୍କବାଦକୁ ସମର୍ଥନ କରେ ନାହିଁ। ଆମେ ସବୁବେଳେ ଶାନ୍ତିକୁ ସମର୍ଥନ କରୁ। ଇସଲାମ ଆମକୁ ଶାନ୍ତି ଶିଖାଏ ଏବଂ ପାକିସ୍ତାନ କେବେବି ଏପରି କାର୍ୟ୍ୟକଳାପକୁ ସମର୍ଥନ କରେ ନାହିଁ। ଆମେ ସବୁବେଳେ ଭାରତ ସହିତ ଆମର ସମ୍ପର୍କକୁ ଉନ୍ନତ କରିବାକୁ ଚେଷ୍ଟା କରିଛୁ।

ଆଫ୍ରିଦ ଆହୁରୀ ମଧ୍ୟ କହିଛନ୍ତି ଯେ ‘୨୦୧୬ ଟି-୨୦ ବିଶ୍ୱକପ୍ ସମୟରେ ମୁଁ ଅଧିନାୟକ ଥିଲି ଏବଂ ମୁଁ ଜାଣି ନଥିଲି ଯେ ଆମେ ଭାରତ ଯିବୁ କି ନାହିଁ।’ ଭାରତ ଆସିବା ପୂର୍ବରୁ ଆମେ ଅନେକ ଧମକ ପାଇଥିଲୁ। କ୍ରୀଡା କୂଟନୀତି ମଧ୍ୟ ଭଲ। ଭାରତ କବାଡି ଦଳକୁ ପାକିସ୍ତାନ ପଠାନ୍ତି, କିନ୍ତୁ ସେମାନଙ୍କର କ୍ରିକେଟ ଦଳକୁ ପଠାଇପାରିବେ ନାହିଁ। ଯଦି ତୁମେ ଏହାକୁ ବନ୍ଦ କରିବାକୁ ଚାହୁଁଛ, ତେବେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଅ। ଆକ୍ରମଣର ଗୋଟିଏ ଘଣ୍ଟା ମଧ୍ୟରେ ଭରତର ଗଣମାଧ୍ୟମ ବଲିଉଡରେ ପରିଣତ ହେବା ଆଶ୍ଚର୍ୟ୍ୟଜନକ।’ ସେମାନଙ୍କର ଚିନ୍ତାଧାରା ଦେଖ, ସେମାନେ ନିଜକୁ ଶିକ୍ଷିତ ଲୋକ ବୋଲି କୁହନ୍ତି ଭାରତକୁ କଡା ସମାଲୋଚନା କରିଛନ୍ତି ଏହି ପାକିସ୍ତାନର ଖେଳାଳି ।