ଶାହାରୁଖ ଖାଁ ସ୍ତ୍ରୀ ବୋଲି କାମରେ ନିଯୁକ୍ତି ଦିଅନ୍ତି ନାହିିଁ: ଗୌରୀ ଖାଁ

ଶାହାରୁଖ ଖାଁ ଜଣେ ନାମିଦାମି କଳାକାର । ସେ କିଙ୍ଗ ଖାଁ ନାମରେ ସୁପରିଚିତ । ଅନ୍ୟ ଅର୍ଥରେ କହିବାକୁ ଗଲେ, ସେ ସାରା ବଲିଉଡ଼ ଜଗତର ସୁପରଷ୍ଟାର । ବେଳେ ବେଳେ ଅଧିକ ପରିଚିତ ମଣିଷଙ୍କୁ ଅସୁବିଧାରେ ପକାଇଥାଏ ବୋଲି ସମସ୍ତେ ଜାଣିଛନ୍ତି । ଯେମିତି ଶାହାରୁଖ ଖାଁ ଙ୍କ ପାଇଁ ତାଙ୍କ ପତ୍ନୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଚାକିରୀ କରିବା ପାଇଁ ଗଲେ ତାଙ୍କୁ ନିଯୁକ୍ତି ମିଳୁନଥିଲା । କାରଣ ସେ ଥିଲେ ଜଣେ ସୁପରଷ୍ଟାରଙ୍କ ପତ୍ନୀ ।

ତେବେ ଷ୍ଟାର ପ୍ଲସରେ ଚାଲିଥିବା କରନ ଜୋହାର ଚାଟ ଶୋ କପି ଉଇଥ୍ କରନ ରେ ଗୌରୀ ଖାଁ ଏକ ଷ୍ଟାଇଲିସ୍ ଲୁକ ନେଇ ଯାଇଥିଲେ । ଗୌରୀଙ୍କ ୨ ପ୍ରିୟ ବନ୍ଧୁ ମାହିପ କପୁର ଓ ଭାବନା ପାଣ୍ଡେ ମଧ୍ୟ ବାର୍ତାଳାପ ପାଇଁ ତାଙ୍କୁ ସହଯୋଗ କରିଥିଲେ । ଏହି ସିଜନ-୭ ଶୋ ରେ ବଲିଉଡ଼ ସ୍ତ୍ରୀ ମାନଙ୍କର କୌତୁହଳ ଏବଂ ସତ୍ୟତା ପୂର୍ଣ୍ଣ କଥାବାର୍ତା ଉପରେ ଗୁରୁତ୍ୱ ଦିଆଯାଉଛି । ଯେଉଁ ଶୋକୁ ଗୌରୀ ଖାଁ ଦୀର୍ଘ ୧୭ ବର୍ଷ ପରେ ଆସିଛନ୍ତି ଏବଂ ସେ ନିଜ ଜୀବନର ସତ୍ୟତା କଥା ପ୍ରକାଶ କରିଛନ୍ତି । ସେ ବର୍ତମାନ ଜଣେ ଘରର ଇନ୍ଟେରିୟର ଡ଼ିଜାଇନର ଭାବେ ସୁପରିଚିତ । ହେଲେ ସେ ଜଣେ ସୁପରଷ୍ଟାର ଙ୍କ ପତ୍ନୀ ହୋଇଥିବାରୁ ନିଯୁକ୍ତି ପାଇବା ଏବଂ କାମ କରିବା କ୍ଷେତ୍ରରେ ତାଙ୍କୁ ବହୁ ଅଶୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ବୋଲି ଏହି ଶୋରେ କହିଛନ୍ତି ।

ପରେ ନୂତନ ପ୍ରୋଜେକ୍ଟ ଆରମ୍ଭ କରିଥିଲେ ଗୈାରୀ । ଲୋକେ ବି ତାଙ୍କୁ ଡ଼ିଜାଇନର ହେବାକୁ ପରାମର୍ଶ ଦେଇଥିଲେ । ହେଲେ ସେଠାରେ ତାଙ୍କୁ କାମ ସିଖିବାରେ ଅସୁବିଧା ହେଉଥିଲା, ବହୁ ଲୋକ ତାଙ୍କ ସହ କାମ କରିବାକୁ କୁଣ୍ଠାବୋଧ କରୁଥିଲେ, କାରଣ ସେ ହେଉଛନ୍ତି ଶାହାରୁକ ଖାନ ଙ୍କ ସ୍ତ୍ରୀ । ଏହି କାରଣ ପାଇଁ ୫୦ ପ୍ରତିଶତ ସମୟରେ ତାଙ୍କ କାମରେ ବାଧା ସାଜିଥିଲା ବୋଲି ଗୌରୀ ନିଜେ କହିଛନ୍ତି କଫି ଶୋ ରେ । ସେହିପରି ଏହି ଶୋ ରେ ମହିପ କପୁର ତାଙ୍କ ଜୀବନର ସଂଘର୍ଷ କଥା କହିଛନ୍ତି । ଯେତେବେଳେ ତାଙ୍କ ସ୍ୱାମୀ ସଞ୍ଜୟ କପୁର କିଛି କାମ ନ ମିଳିବାରୁ ଘରେ ବସିଥିଲେ ସେତେବେଳେ ଟଙ୍କା ପଇସା ତାଙ୍କୁ ଦେଖିକି ଖର୍ଚ୍ଚ କରିବାକୁ ପଡ଼ୁଥିଲା । ତାଙ୍କ ଆଖପାଖ ଲୋକେ ତାଙ୍କୁ ଅନୁଭବ କରାଉଥିଲେ ଯେ, ସେ ହେଉଛନ୍ତି କପୁର ଫ୍ୟାମିଲିର ଅସଫଳ ଡ଼େଣା । କେବଳ ମଧ୍ୟବିତ ପରିବାର କଥା ନୁହେଁ କି ଗରିବ କଥା ନୁହେଁ ଏଠାରେ ନିଜ କାମରେ ସମସ୍ତେ ସଂଘର୍ଷ କରୁଛନ୍ତି । ତେଣୁ ଶାହାରୁଖ ଖାଁଙ୍କ ପତ୍ନୀ ଗୌରୀ ଖାଁ ନିଯୁକ୍ତି କ୍ଷେତ୍ରରେ ଯେଉଁ ଅସୁବିଧା ସାମ୍ନା କରିଥିଲେ ସେହି ସଂପର୍କରେ ମୁହଁ ଖୋଲିଛନ୍ତି ।