ଶଚିନ୍ଦ୍ର ଦାସ ମୟୂରଭଞ୍ଜ ଜିଲ୍ଲାର ବିଜେଡି  ଉପସଭାପତି ଭାବେ ନିଯୁକ୍ତି

0

ରାଇରଙ୍ଗପୁର : ଵହଳଦା ବ୍ଳକର ବରିଷ୍ଠ ବିଜେଡ଼ି ନେତା ଶଚିନ୍ଦ୍ର ଦାସ ( ଶଚିନ)ଙ୍କୁ ମୟୂରଭଞ୍ଜ ସଦର ଜିଲ୍ଲା ବିଜେଡ଼ି ଉପସଭାପତି ଭାବେ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି ।  ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ  ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି । ତାଙ୍କର ଏହି ନୂତନ ନିଯୁକ୍ତି ପାଇଁ ବିଭିନ୍ନ ଅଞ୍ଚଳରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।