ଘୁ.ଉଦୟଗିରିରେ ପ୍ରବଳ ଶୀତ

କନ୍ଧମାଳ : ପ୍ରବଳ ଶୀତ ଏବଂ ଜାଡ ପାଇଁ ରାଜ୍ୟରେ କନ୍ଧମାଳ ଜିଲ୍ଲା ପରିଚିତ । କନ୍ଧମାଳ ଜିଲ୍ଲାର ଘୁ. ଉଦୟଗିରି ସହର ଚଳିତ ବର୍ଷର ଥଣ୍ଡାର ସହର ଭାବେ ପରିଚୟ ଲାଭ କରିଛି । ଘୁ.ଉଦୟଗିରି ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଥିବା ଏବଂ ଥଣ୍ଡାର ସହର ଭାବେ ଜଣାପଡିଛି । ଚଳିତ ବର୍ଷର ଶୀତର ଉଥାନ ପତନ ସହ ପାରଦ ଉପର ତଳ ଭିତରେ ଶୀତଋତୁର ଶେଷ ସମୟରେ ପୁଣି ପାରଦ ତଳ ମୁଁହା ହୋଇ ଆଜି ୩.୨ ଡିଗ୍ରି ରେକର୍ଡ଼ ହୋଇଛି। ଗତକାଲି ସହରର ତାପମାତ୍ରା ୭.୬ ଡିଗ୍ରି ରେକର୍ଡ଼ କରାଯାଇଥିବା ବେଳେ ଗୋଟିଏ ଦିନରେ ତାପମା ତ୍ରା ୪.୪ଡିଗ୍ରି ତଳକୁ ଖସିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।