ଭୁବନେଶ୍ୱର : ହାଙ୍ଗଝୋଉ ଏସିଆନ ଗେମ୍ସରେ ପ୍ରଥମ ଥର ୧୦୬ ପଦକ ହାସଲ କରିଛି । ଏହା ଦ୍ୱାରା ଦେଶରେ କ୍ରୀଡାର ବାତାବରଣ ସୃଷ୍ଟି ହୋଇଛି । ଏବେ ପାରା ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ୭ଜଣ ଓଡିଆ ଖେଳାଳିଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ପୂଜାସ୍ୱିନୀ ନାୟକ (ହ୍ୱିଲଚେୟାର ଫେନସିଂ), ପ୍ରମୋଦ ଭଗତ (ପାରା ବ୍ୟାଡମିଂଟନ), ଜୟନ୍ତୀ ବେହେରା( ପାରା ଆଥଲେଟିକ୍ସ), ରଖଲ କୁମାର ସେଠୀ (ହ୍ୱିଲ ଚେୟାର ଫେନସିଂ), ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ (ହ୍ୱିଲଚେୟାର ଫେନସିଂ), ସୌନ୍ଦର୍ଯ୍ୟ କୁମାର ପ୍ରଧାନ (ବ୍ଲାଇଣ୍ଡ ଚେସ) ଓ ଭି ରମେଶ ରାଓ (ହ୍ୱିଲଚେୟାର ଫେନସିଂ) ।
ହାଙ୍ଗଝୋଉ ଏହି ପ୍ରତିଯୋଗିତା ଅକ୍ଟୋବର ୨୨ରୁ ୨୮ ପର୍ଯ୍ୟନ୍ତ ଆୟୋଜିତ ହେବ । ଭାରତ ମଧ୍ୟ ପାରା ଗେମ୍ସରେ ଇତିହାସ ରଚିବ ବୋଲି କ୍ରୀଡାପ୍ରେମୀ ଦୃଢ଼ ଆଶାୟୀ ଅଛନ୍ତି । ଓଭରାଲ ୩୧୧ ପାରା ଆଥଲେଟ ଏଥର ଅଂଶଗ୍ରହଣ କରୁଛନ୍ତି । ଭାରତ ୧୦୦ ପଦକ ମାର୍କ ଛୁଇଁବ ବୋଲି ଆଶା କରାଯାଉଛି । ୨୦୧୮ରେ ଭାରତ ୭୨ ପଦକ ଜିତିଥିଲା ।