ସରକାରୀ ଯୋଜନାରେ ଡମ୍ବରୁ ବେହେରାଙ୍କ ପାଇଁ ସାତ ସପନ

(ଦିବ୍ୟକାନ୍ତ ବେହେରା / ଚିଲିକା): ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି । କିନ୍ତୁ ତାହା କେତେଦୂର ହିତାଧିକାରୀ ପାଖରେ ପହଞ୍ଚି ପାରୁଛି କି ନାହିଁ ତାହା ଖବର ନାହିଁ ସରକାରଙ୍କ ପାଖରେ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଚିଲିକା ବ୍ଲକ ମାନସିଂପୁର ପଞ୍ଚାୟତରେ।୮୦ ବର୍ଷ ବୟସରେ ସେ ନିଜର ପେଟ ପୋଷିବା ପାଇଁ ଦାଦନ ଯାଆନ୍ତି। ସେମାନଙ୍କର ନା ଅଛି ରାସନକାର୍ଡ ନା ମିଳୁଛି ବାର୍ଦ୍ଧକ୍ୟ ଭତ୍ତା। ଯେମିତି କି ସରକାରୀ ଯୋଜନା ବୃଦ୍ଧ ଦମ୍ପତି ଡମ୍ବରୁ ବେହେରା ଓ ବାଲି ବେହେରାଙ୍କ ପାଇଁ ସାତ ସପନ। ଏହି ସମୟରେ ସେ ନିଜେ ରୋଜଗାର କରି ପରିବାର ପ୍ରତିପୋଷଣ କରିବା କେତେଦୁର୍ ଯଥାର୍ଥ ? ଏ ନେଇ ସ୍ଥାନୀୟ ସରପଞ୍ଚକୁ ଯୋଗାଯୋଗ କରିବାରେ ସେ କହିଥିଲେ କି ସେ ବୃଦ୍ଧ ଦମ୍ପତି ଗାଁରେ ରୁହନ୍ତି ନାହିଁ। ଆମେ କେମିତି ଜାଣିବୁ? କିନ୍ତୁ ସ୍ଥାନୀୟ ବାସିନ୍ଦା କହିବା ମୁତାବକ ମହାମାରୀ କରୋନା ପାଇଁ ଆରମ୍ଭ ହୋଇଥିବା ଲକଡାଉନ୍ ଓ ସଟଡାଉନ୍ ପୂର୍ବରୁ ଆସିଛନ୍ତି । କିନ୍ତୁ ସରପଞ୍ଚ ବୃଦ୍ଧ୍ ଦମ୍ପତିଙ୍କୁ ଜରିପାଲ ଟଣା ଭଙ୍ଗା ଦଦରା ଘର ସାଇଟରେ ଯାଉଛନ୍ତି କିନ୍ତୁ ତାହା ସରପଞ୍ଚଙ୍କ ନଜରରେ ପଡୁନି?