ସେବା ହିଁ ଧର୍ମ ଯୁବପିଢ଼ି ସଂଗଠନକୁ ପ୍ରଶଂସା

ବାଲିଗୁଡା: ବାଲିଗୁଡା ଏନଏଚ ୫୯ ରେ ଏକ ମଇଁଷିଟି ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଘଟଣାଟି ଗାଡି ଧକ୍କାରେ ହୋଇଥିବା ଶୁଣିବାକୁ ମିଳୁଛି। ରାସ୍ତାରେ ୨ ଦିନ ହେଲା ଛଟପଟ ହୋଇ ପଡ଼ିଥିଲେ ବି କୌଣସି ବ୍ୟକ୍ତି ମଇଁଷିଟିକୁ ରାସ୍ତାରୁ ହଟେଇବା ପାଇଁ ଆସିନଥିଲେ। କିନ୍ତୁ ସେବା ହିଁ ଧର୍ମ ଏକ ଗ୍ରୁପ ଏହି ଖବରଟି ପାଇଁ ରାସ୍ତାରେ ପଡି ରହିଥିବା ମଇଁଷିଟିକୁ ରାସ୍ତା କଡ଼ରୁ କାଡ଼ି ଦେଖିଥିଲେ । ମଇଁଷିଟିର ଜୀବନ ଅଛି ନା ମରିଯାଇଛି ତାହା ଦେଖିଥିଲେ। ପଶୁ ଚିକିତ୍ସକଙ୍କ ସହ ଯୋଗାଯୋଗ କରିବା ପରେ ବିଭାଗର ଏକ କର୍ମଚାରୀ ଆସି ଦେଖିଥିଲେ। କିନ୍ତୁ ଶେଷରେ ମଇଁଷିଟିର ଜୀବନ ଚାଲିଯାଇଥିଲା। କିନ୍ତୁ ମଇଁଷି ରାସ୍ତାରେ ପଡି ଛଟପଟ ହୋଉଥିବା ଖବର ପାଉ ପାଉ ସେବା ଧର୍ମର ସଦସ୍ୟମାନେ ଅରୁଣ, ସୁମିତ, ଚିକୁ ଘଟଣାସ୍ଥଳରେ ପହଁଚିଥିଲେ। ଏହିପରି ସେବା ପାଇଁ ବାଲିଗୁଡା ଜନସାଧାରଣ ଏହି ସେବା ହିଁ ଧର୍ମ ଅନୁଷ୍ଠାନର ସମସ୍ତ ସଦସ୍ୟକୁ ଧନ୍ୟବାଦ ଜଣେଇଛନ୍ତି।