ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ସମାରୋହ, ୬ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ପଦକ

ଭୁବନେଶ୍ଵର: ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ସମାରୋହ । ସାହସିକତା ପାଇଁ ୬ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ପଦକ । ରାଷ୍ଟ୍ରପତି ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାହସିକତା ପାଇଁ ଆର୍ମଡ ପୋଲିସ SI ଗିରୀଶ ମାଝୀ, SOG ହାବିଲଦାର ପବିତ୍ର ସାହୁ, ହାବିଲଦାର ଉମେଶ ମୁଣ୍ଡା, SOG କମାଣ୍ଡୋ ପୀତାମ୍ବର ସତନାମି, OSAP କମାଣ୍ଡୋ କବି ରାଉତ, SOG କମାଣ୍ଡୋ ସୁଶାନ୍ତ ସାଗରଙ୍କୁ ମିଳିଲା ରାଷ୍ଟ୍ରପତି ପଦକ । ବଲାଙ୍ଗିର ଖପ୍ରାଖୋଲରେ ମାଓବାଦୀ ବିରୋଧୀ ଅପରେସନରେ ଏହି ୬ ଜଣ ସଂପୃକ୍ତ ଥିଲେ । ସେହିପରି ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ମିଳିଛି ରାଷ୍ଟ୍ରପତି ପଦକ । ଭିଜିଲାନ୍ସ ଅଧୀକ୍ଷକ ସରୋଜ ସାମଲ, କନଷ୍ଟେବଳ ସତ୍ୟବାଦୀ ମଲିକଙ୍କୁ ମିଳିଛି ପଦକ । ଅନ୍ୟପଟେ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିଛି ପଦକ ।