ଆରଆଇ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସର୍ଭର ଡାଉନ, ଯାନ୍ତ୍ରିକ ତ୍ରୁଟି ପାଇଁ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବ ସହିତ ଅନେକ ସ୍ଥାନରେ ପରୀକ୍ଷା ଦେଇ ପାରିନାହାଁନ୍ତି ପରୀକ୍ଷାର୍ଥୀ । ଆଜି ରାଜ୍ୟରେ ୮୫ରୁ ଅଧିକ ସ୍ଥାନରେ ଆରଆଇ ପରୀକ୍ଷା ହେଉଥିବା ବେଳେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଏଭଳି ବିଭ୍ରାଟ ଦେଖାଦେଇଛି । ପ୍ରଥମ ସିଟିଂ ଆରମ୍ଭ ହେବା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ସମସ୍ୟା ଦେଖା ଦେବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଶାୟୀ । ତେବେ ଓଏସଏସଏସସି ଅଧ୍ୟକ୍ଷ କହିଛନ୍ତି ଯେ ସର୍ଭର ଡାଉନ ପାଇଁ ଏଭଳି ସମସ୍ୟା ଉପୁଜିଛି । ପରେ ସର୍ଭର ସମସ୍ୟା ଦୂର ହେବା ପରେ ପରୀକ୍ଷା କେନ୍ଦ୍ରକୁ ଆଶାୟୀ ମାନେ ଯାଇଥିବା ସୂଚନା ମିଳିଛି ।
