ନୂଆଦିଲ୍ଲୀ: ଭାରତର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପ୍ରସ୍ତୁତ କରୁଥିବା ଆଷ୍ଟ୍ରାଜେନେକା କୋଭିଡ-୧୯ ଟୀକା ବାହାର ଦେଶରେ ଉତ୍ପାଦନ କରିବାକୁ ଯୋଜନା କରାଯାଉଛି । କମ୍ପାନୀକୁ ଆସୁଥିବା ଟୀକା ଚାହିଦା ପୂରଣ କରିବା କଷ୍ଟକର ହେଉଥିବାରୁ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହାକୁ ନେଇ ଆସନ୍ତା କିଛି ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଆଦର ପୁନାୱାଲା ସୂଚନା ଦେଇଛନ୍ତି ।
ପୁନାୱାଲା କହିଛନ୍ତି, ଗତସପ୍ତାହରେ, ସେରମ ଇନଷ୍ଟିଚ୍ୟୁଟ ଜୁଲାଇ ସୁଦ୍ଧା ତାର ମାସିକ ୧୦୦ ମିଲିୟନ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି । କୋଭିଡ ବିରୋଧରେ ଚାଲିଥିବା ଟୀକାକରଣ ବହୁ ରାଜ୍ୟରେ ଶେଷ ହୋଇଯାଇଛି । ତେଣୁ କମ୍ପାନୀର ବାର୍ଷିକ ଉତ୍ପାଦନ କ୍ଷମତା ୨.୫ ବିଲିୟନରୁ ୩ ବିଲିୟନ ଡୋଜ ୬ ମାସ ମଧ୍ୟରେ ପୂରଣ କରିବାକୁ ସେ ଆଶା ରଖିଛନ୍ତି । ଏଥିପାଇଁ ବ୍ରିଟେନ ଭାରତରୁ ବିମାନ ଚଳାଚଳ ୮ ଦିନ ପୂର୍ବରୁ ବାତିଲ କରିଥିବା ବେଳେ ଏହା ପୂର୍ବରୁ ପୁନାୱାଲା ଲଣ୍ଡନ ଯାତ୍ରା କରିଥିଲେ ।
ବିଶ୍ୱରର ଦ୍ୱିତୀୟ ସର୍ବବୃହତ୍ତ ଜନବହୁଳ ରାଷ୍ଟ୍ର ଭାରତରେ କରୋନା ଭୂତାଣୁ ସଂକ୍ରମଣ ଦୈନିକ ୩ ଲକ୍ଷ ଉପରକୁ ରହୁଛି । ଶୁକ୍ରବାର ଦିନ ଦେଶ ବିଶ୍ୱର ସମସ୍ତ ରେକର୍ଡକୁ ୩୮୬୪୫୨ ନୂଆ ସଂକ୍ରମିତଙ୍କ ଦ୍ୱାରା ଭାଙ୍ଗି ଦେଇଛି । ଫଳରେ ଦେଶରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି । ତେଣୁ ସରକାର ବିଦେଶରୁ ଔଷଧ, ଟୀକା, ଅକ୍ସିଜେନ ଓ ଅନ୍ୟାନ୍ୟ ଡାକ୍ତରୀ ଉପକରଣ ମଗାଉଛି । ଦେଶରେ ମେ ୩-୫ ମଧ୍ୟରେ ସଂକ୍ରମଣ ଶୀର୍ଷରେ ରହିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି ।