( ଆଦର୍ଶ ରାଉତ) : ସେପ୍ଟେମ୍ବର ୨୨ରେ ଓଡିଶା ଆସୁଛନ୍ତି ନରେନ୍ଦ୍ର ମୋଦି । ତାଳଚେର ଫଟିଲାଇଜସ୍ ଲିମିଟେଡର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାରଖାନା ଦ୍ୱାରା କୋଇଲାରୁ ରନ୍ଧନ ଗ୍ୟାସ ତିଆରି ହୋଇପାରିବ । ଏହି ପ୍ରକଳ୍ପଟି ୧୩ ହଜାର କୋଟି ଟଙ୍କାରେ ନିର୍ମାଣ କରାଯାଇଛି । ଏହାପରେ ପ୍ରଧାନମନ୍ତ୍ରୀ ଝାରସୁଗୁଡା ଯାଇ ଓଡିଶାର ଦ୍ୱିତୀୟ ବିମାନବନ୍ଦର ଉଦଘାଟନ କରିବେ ।
ପ୍ରଧାନମନ୍ତ୍ରୀଙ୍କର ଯେଉଁ ଆହ୍ୱାନ ରହିଛି ‘ହାୱାଇ ଚପଲରୁ ହାୱାଇ ଜାହାଜ ’ ସ୍ୱପ୍ନଟି ପୂରଣ ହେବ । ସେହି ଦିନ ଓଡିଶାବାସୀଙ୍କ ପାଇଁ ନୂଆ ଯୋଜନା କରିବେ ପ୍ରଧାନମନ୍ତ୍ରୀ । ଏନେଇ ଆଜି କେନ୍ଦ୍ରମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।