୪୦୦୦ ପଏଣ୍ଟକୁ ଖସିଛି ସେନସେକ୍ସ, ୧୧୫୦ ପଏଣ୍ଟ ଡାଉନ୍‌‌ରେ ଖୋଲିଛି ନିଫ୍ଟ

ବ୍ୟୁରୋ-: ଭାରତୀୟ ସେୟାର ବଜାରରେ ଭୂକମ୍ପ ଦେଖାଦେଇଛି । ଭାରତୀୟ ସେୟାର ବଜାରରେ ବଡ଼ ଧରଣର ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ୪୦୦୦ ପଏଣ୍ଟକୁ ସେନସେକ୍ସ ଖସି ଆସିଛି । ୧୧୫୦ ପଏଣ୍ଟ ଡାଉନ୍‌‌ରେ ନିଫ୍ଟ ଖୋଲିଛି । ୧୯୦୦ ପଏଣ୍ଟ ଡାଉନ୍‌‌ ମିଡକ୍ୟାପ ରହିଥିବା ସୂଚନା ମିଳିଛି ।

ଆଜିର ଷ୍ଟକ୍ ମାର୍କେଟ୍ କ୍ରାସ୍ ସହିତ ସେନ୍ସେକ୍ସ ଏବଂ ନିଫ୍ଟି ପ୍ରାୟ ୧୦ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି ଏବଂ ବିଶ୍ବ ବଜାରରେ ବ୍ୟାପକ ଅସ୍ଥିରତା ହେତୁ ଏହା ଆହୁରି ହ୍ରାସ ପାଇପାରେ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି । ବଜାର ତଳକୁ ଖସିବା ଏତେ ଭୟଙ୍କର ଥିଲା ଯେ ବିଏସ୍‌ଇ ତାଲିକାଭୁକ୍ତ ସଂସ୍ଥାଗୁଡ଼ିକ ବଜାରରୁ ପ୍ରାୟ ୧୯ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି । ସେନ୍‌ସେକ୍ସେରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ କୋଟି କୋଟି ଟଙ୍କା ହରାଇଛନ୍ତି ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବର ବିଭିନ୍ନ ଦେଶ ଉପରେ ପାଲଟା ଟିକସ ଲଗାଇବା ପରେ ସମଗ୍ର ବିଶ୍ବର ଷ୍ଟକ୍ ବଜାର ଅସ୍ଥିର ହୋଇପଡ଼ିଛି । ସବୁଠୁ ଅଧିକ ଅସ୍ଥିର ହୋଇଛି ଆମେରିକାର ଷ୍ଟକ୍ ବଜାର । ଆମେରିକା ଉପରେ ଚୀନ୍ ପାଲଟା ଟିକସ ଲଗାଇବା ପରେ ଆଗକୁ ବାଣିଜ୍ୟ ଲଢ଼େଇ ତୀବ୍ର ହେବ ବୋଲି ନିବେଶକମାନେ ଆଶଙ୍କା କରୁଛନ୍ତି । ଯାହର ପ୍ରଭାବ ଭାରତ ଉପରେ ପଡୁଥିବାର ବି ଦେଖିବାକୁ ମିଳୁଛି ।