ଭୁବନେଶ୍ୱର: ରାଜ୍ୟର ବିଜେପି ସରକାର ଆଜି ନୂଆଦିଲ୍ଲୀ ସ୍ଥିତ ଆବାସିକ କମିଶନର ପଦବୀରୁ ଆଇପିଏସ୍ ରବିକାନ୍ତଙ୍କୁ ହଟାଇ ଦେଇଛନ୍ତି । ନୂଆଦିଲ୍ଲୀରେ କାର୍ଯ୍ୟରତ ଆଇଏଏସ୍ ବିଶାଳ ଗଗନଙ୍କୁ ଆବାସିକ କମିଶନର ଭାବେ ନିଯୁକ୍ତି ମିଳିଛି । ନୂଆଦିଲ୍ଲୀରେ ପାଣ୍ଡିଆନ ଓ ବିଜେଡିର ପ୍ରତିନିଧି ଭାବେ ରବିକାନ୍ତ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଥିଲା । ୧୯୯୮ ବ୍ୟାଚ୍ ଆଇପିଏସ୍ ରବିକାନ୍ତଙ୍କୁ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ପଦବୀରୁ ହଟାଇ ତତ୍କାଳ ପ୍ରଭାବରୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ନୂଆଦିଲ୍ଲୀରେ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ(ଓଆଇଇପିଓ) ଭାବେ କାର୍ଯ୍ୟରତ ୧୯୯୮ ବ୍ୟାଚ୍ ଆଇଏଏସ୍ ବିଶାଳ ଗଗନଙ୍କୁ ନୂଆ ଆବାସିକ କମିଶନର ଭାବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବାକୁ କୁହାଯାଇଛି ।