(ସେଖ ଫଇଜାନ କାଦରୀ): ଢେଙ୍କାନାଳ ବେଲଟିକିରି ସ୍ଥିତ ସେଲଟର ହୋମରେ ଯୌନ ନିର୍ୟାତନା ଘଟଣା ସାମ୍ନାକୁ ଆସିବା ପରେ ଏବେ ସାରା ରାଜ୍ୟରେ ଥିବା ସେଲଟର ହୋମ ଗୁଡ଼ିକ ଉପରେ କଡ଼ା ନଜର । ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ନନ୍ଦପୁରରେ ଥିବା ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଶାଖା ଉପରେ ଆସନ୍ତା କାଲି ଭଦ୍ରକ ଜିଲ୍ଲା ପ୍ରଶାସନ ଚଢାଉ କରିଛି । ଉପଜିଲ୍ଲାପାଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସମେତ ୫ଜଣିଆ ଦଳ ଚଢାଉ ଜାରି ରଖିଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଏହି ସେଲଟର ହୋମ୍ ରେ ସମୁଦାୟ ୧୬୪ ଜଣ ଅଛନ୍ତି । ସେଥୁରୁ ୭୯ ଜଣ ବାଳିକା ଓ ୮୫ଜଣ ବାଳକ ବୋଲି ଜଣାପଡିଛି । ଏମାନେ ସମସ୍ତେ ୫ରୁ ୨୫ବର୍ଷ ମଧ୍ୟର । ଏହା ମଧ୍ୟ ଜଣାପଡିଛି ଯେ, ୨୦୧୭ ମସିହାରୁ ସେଲଟର ହୋମ୍ ର ଲାଇସେନ୍ସ ସରିଯାଇଛି । ଉପଜିଲ୍ଲାପାଳ ସଂପୂର୍ଣ୍ଣ ତଦନ୍ତ ସାରିବା ପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ । ଏହାପରେ ଜିଲ୍ଲାପାଳ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ।