(କଳାହାଣ୍ଡି ଗୋଲାପ ସାହୁ):-ସେଲ୍ଫି ଫୋଟୋ ଉଠେଇବା ନିଶା ଆଜିର ଯୁବ ପିଢ଼ିକୁ ପାଗଳ କରିଛି l ସେଲ୍ଫି ନେଉ ନେଉ ଅନେକ ଥର ଜୀବନ ଚାଲି ଯାଇଥିବା ଘଟଣା ବି ସାମ୍ନାକୁ ଆସିଥାଏ l କିନ୍ତୁ ଆଜିର ଯୁବ ପଢି ନିଜ ଜୀବନକୁ ବାଜିରେ ଲଗାଇ ବିପଦ ସଂକୁଳ ସ୍ଥାନରେ ମଧ୍ୟରେ ସେଲ୍ଫି ନେଇଥାନ୍ତି l ଚଳନ୍ତା ଟ୍ରେନରେ ଦୌଡିବା ସମୟରେ ଟ୍ରେନର ଛାତ ଉପରେ କିମ୍ବା ଟ୍ରେନ ଯିବ ସମୟରେ ଫୋଟୋ ଉଟେଇ ଅନେକ ପିଲାଙ୍କ ଜୀବନ ଯାଇଥିବା ନଜିର ରହିଛି କିନ୍ତୁ ସେଲ୍ଫି ନିଶା ଯୁବ ପିଢ଼ି ଙ୍କ ଯାଉନି l ତେବେ ବର୍ତମାନ କଳାହାଣ୍ଡି ଜିଲ୍ଲା ରୁ ଏମିତି ଏକ ଭିଡିଓ ଭାଇରଲ ହେବାରେ ଲାଗିଛି ଯେଉଁଠି ଜଣେ ନାବାଳକ ଚଳନ୍ତା ଟ୍ରେନ ତଳେ ସେଲ୍ଫି ଭିଡିଓ ଉଠାଉଛନ୍ତି l ଏହି ଭିଡିଓ ଜୁନାଗଡ଼-ଭୁବନେଶ୍ୱର ଟ୍ରେନ ର ବୋଲି ଜଣା ପଡିଛି l ଜୁନାଗଡ଼ ରୁ ଲାଞ୍ଜିଗଡ଼ ମଧ୍ୟରେ ଥିବା ରେଳ ଲାଇନରେ ଚଳନ୍ତା ଟ୍ରେନ ତଳେ ରହି ସେଲଫି ଭିଡିଓ କରିଥିବା ଅନୁମାନ କରାଯାଉଛି l ବର୍ତମାନ ଭିଡ଼ିଓ ଆସିବା ପାରେ ପିଲାଟି କଳାହାଣ୍ଡି ଜିଲ୍ଳାର କେଉଁଠାର ତାକୁ ନେଇ ପୋଲିସ ର ତଦନ୍ତ ଜାରି ରଖିଛି l