ଦୁର୍ଗାପୂଜା ପାଇଁ କଟକ-ଭୁବନେଶ୍ୱରରେ ସୁରକ୍ଷା କଡାକଡି

ଦୁର୍ଗାପୂଜା ପାଇଁ କଟକ-ଭୁବନେଶ୍ୱରରେ ସୁରକ୍ଷା କଡାକଡି କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନରଙ୍କ ସୂଚନା ଦେଇ କହିଛନ୍ତି ଏଥର ଟ୍ୱିନସିଟିରେ ୬୧ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ କର୍ମଚାରୀଙ୍କ ସହିତ ୨୦ପ୍ଲାଟୁନ୍‍ ହୋମଗାର୍ଡ ମୁତୟନ ହୋଇଛନ୍ତି । ମୋଟ ୧୯୩ ମଣ୍ଡପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୨୪ଟି ମଣ୍ଡପରେ ଅଳଙ୍କାର ସୁରକ୍ଷା ବ୍ୟବସ୍ଥା ହୋଇଛି । ବିଦ୍ୟୁତ ଓ ନିଆଁରୁ ରକ୍ଷା କରିବାକୁ ବିଶେଷ ପଦକ୍ଷେପ ନିଆଯାଇଛି ।

କଟକ ଓ ଭୁବନେଶ୍ୱରରେ ଭିଓ ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଉଛୁ ବୋଲି କମିଶନର କହିଛନ୍ତି । ଏହାସହିତ ଡ୍ରୋନ୍‍ ସହାୟତାରେ ମଣ୍ଡପ ଉପରେ ତୀକ୍ଷ୍ମ ନଜର ରଖାଯାଇଛି । ସ୍ମାର୍ଟ କଣ୍ଟୋଲ୍‍ ରୁମ୍‍ ଜରିଆରେ ପାର୍ବଣ ସୁରକ୍ଷା ପଚାଳନା ହେଉଛି । ସିସିଟିଭି ନଜରରେ ରହିଛି ସବୁ ପୂଜା ମଣ୍ଡପ । ସୁଗମ୍ୟ ଟ୍ରାଫିକ ପାଇଁ ମଧ୍ୟ ଏଥର ୨୦ପ୍ଲାଟୁନ ହୋମଗାର୍ଡ ନିୟୋଜିତ ହୋଇଛନ୍ତି  । ଚୋରି ଛିନତାଇ ଓ ଲୁଟପାଟ ଉପରେ ନଜର ରଖିବାକୁ ମୋବାଇଲ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ଷ୍ଟ୍ରାଇକିଂ ଫୋର୍ସ , ସ୍ପେଶାଲ ଟାକ୍ଟିକାଲ ୟୁନିଟ, ବମ ଡିସ୍ପୋଯାଲ ସ୍କ୍ୱାଡ ମଧ୍ୟ ମୁତୟନ ରହିବେ। ଏନେଇ ପ୍ରେସମିଟର ଜରିଆରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍‍.ଦେବଦତ୍ତ ସିଂହ ।